‘୨୦ ପ୍ରତିଶତଙ୍କ କ୍ଷେତ୍ରରେ କାମ ଦେଉନି ଟିକା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି। ଟିକାଦାନକୁ ଜୋରଦାର କରାଯାଉଥିବାରୁ ଏବେ ଆଉ କରୋନା ନିଜ କୋପ ଦେଖାଇ ପାରୁନି। ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି, ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ […]

ajay-parida

Niharika Rout
  • Published: Saturday, 11 September 2021
  • , Updated: 11 September 2021, 01:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି। ଟିକାଦାନକୁ ଜୋରଦାର କରାଯାଉଥିବାରୁ ଏବେ ଆଉ କରୋନା ନିଜ କୋପ ଦେଖାଇ ପାରୁନି। ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି, ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି। ସମାନ କି ଅନ୍ୟ କଂପାନୀର ଟିକା ଦିଆଯିବ, ସେନେଇ ବି ବିଶ୍ଳେଷଣ ଚାଲିଛି। କିଛି ବି ନିଷ୍ପତ୍ତି ନିଆଯାଇନି। କିଛି ଦିନ ପରେ ଏହା ସ୍ପଷ୍ଟ ହୋଇଯିବ।

ଏହାବାଦ ILS ନିର୍ଦ୍ଦେଶକ କହିଛନ୍ତି, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢ଼ାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ନୂଆଖାଇଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା’ ଅର୍ଥ ନୁହେଁ ଯେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି।  ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ। ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ୍‌ ଆସୁଛି। ମହାରାଷ୍ଟ୍ରରେ ଟିକେ ବଢ଼ିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ଟିକା  ୭୦ରୁ ୮୦%  କାମ ଦେଉଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ।

ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ସେଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି। ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା। ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ହଜାରେରୁ ୩୦୦କୁ କମ୍ ସମୟରେ ଖସିଥାଏ । ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ। ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା। ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି।

 

Related story