ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଲି ପଡ଼ିଥିବା ୩୨୭୮ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଆଜି ଓଡ଼ିଶା ଲୋକସେବା ଆୟୋଗଙ୍କୁ ସୁପାରିସ୍ କରିଛନ୍ତି। ରାଜ୍ୟ ସରକାର ୨୦୧୯ ଅଗଷ୍ଟ ୩ତାରିଖରେ ସୃଷ୍ଟି କରିଥିବା ୨ହଜାର ଏଲଟିଆରଏମଓ ପଦବୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଜଣାପଡ଼ିଛି।
ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପିକେ ମେହେର୍ଦ୍ଦା ଆଜି ଲୋକସେବା ଆୟୋଗଙ୍କୁ ଚିଠି ଲେଖି ମୋଟ ୩୨୭୮ଟି ଡାକ୍ତରୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ଏହି ଡାକ୍ତରୀ ପଦବୀ ମଧ୍ୟରେ ୧୩୫୮ଟି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଏସଇବିସି ବର୍ଗଙ୍କ ପାଇଁ ୧୩୬ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭୦୯ଟି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୧୦୭୫ଟି ପଦ ସଂରକ୍ଷିତ ରହିଛି। ଏହି ସମସ୍ତ ପଦବୀରେ ନିୟମିତ ଡାକ୍ତର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଓପିଏସସିଙ୍କୁ ସୁପାରିସ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଯମୁନା’ ରହୁଥିବା ଏନ୍କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’
ଏନ୍କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।
Politics
ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ
ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।
Miscellaneous
ନୂଆ ବର୍ଷରେ ୩ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଦୁଇ ଦିନ ତଳେ ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଥିଲା ପଦୋନ୍ନତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Politics
କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ
ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।