ଭେଡେନ୍ ଗଣଦୁଷ୍କର୍ମ: ବ୍ୟକ୍ତିଗତ ହାଜିରା ପାଇଁ ବରଗଡ଼ ଏସଡିପିଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭେଡେନ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ବରଗଡ଼ ପୁଲିସ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଆଜି ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ ନିଶିକାନ୍ତ ମିଶ୍ର ଆଜି ପୀଡ଼ିତା ଓ ତାଙ୍କ ପରିବାର ସହ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିଧିବଦ୍ଧ ଅବଗତ କରାଇଥିଲେ। ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତଦନ୍ତରେ ଅହେତୁକ ବିଳମ୍ବ ଓ […]

bet

Tapas Behera
  • Published: Friday, 31 January 2020
  • , Updated: 31 January 2020, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭେଡେନ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ବରଗଡ଼ ପୁଲିସ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଆଜି ନିର୍ଦ୍ଦେଶ ଦେଇଛନ୍ତି।
କଂଗ୍ରେସ ନେତା ତଥା ଓକିଲ ନିଶିକାନ୍ତ ମିଶ୍ର ଆଜି ପୀଡ଼ିତା ଓ ତାଙ୍କ ପରିବାର ସହ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିଧିବଦ୍ଧ ଅବଗତ କରାଇଥିଲେ। ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାବ୍ୟତୀତ ପୀଡ଼ିତା ପରିବାରକୁ ସୁରକ୍ଷା ଯୋଗାଇବାକୁ କହିବା ସହ ତଦନ୍ତ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ଼ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ହୋଇଛି। କିନ୍ତୁ ପୁଲିସ ଏହି ଘଟଣାର ତଦନ୍ତରେ ଟାଳଟୂଳ ନୀତି ଅବଲମ୍ବନ କରି ଆସୁଛି। ଅଭିଯୋଗକାରୀ ୨୦୧୭ ମଇ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ୨୦୧୯ ଅକ୍ଟୋବର ୩ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏତଲା ରୁଜୁ ନକରି ପୋଲିସ୍ ମାନବିକ ଅଧିକାର ଉଲଂଘନ କରିଥିବାରୁ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ। ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ପୀଡ଼ିତାଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ତାରିଖରେ ଭେଡେନ୍ ଥାନାର କିଛି ପୁଲିସ୍ କର୍ମଚାରୀ ଘରୁ ପୁଲିସ୍ ଭ୍ୟାନ୍‌ରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇଥିଲେ। ଗାଁ କିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ଖସି ଆସିଥିବା ମହିଳାଜଣକ ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ। ମହିଳା ଜଣକ ତାଙ୍କ ବଡ଼ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ ଓ ତାଙ୍କ ଭାଇ ବରଗଡ଼ ଏସପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ୨୦୧୭ ଜୁଲାଇ ୧୯ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୁଲିସ୍ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରିଣୀ ତାଙ୍କ ଅଭିଯୋଗରେ ମାନବାଧିକାର କମିଶନଙ୍କୁ ଜଣାଇଥିଲେ।

Related story