ଏମ୍ସରେ ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ଏମ୍ସରେ ଉନ୍ମୋଚିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ‌ଆଜି ଭୁବନେଶ୍ୱର ଏମ୍ସର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ୍ ଉଦ୍‌ଘାଟନ କରିଛନ୍ତି। ୨୦୦୩ ଜୁଲାଇ ୧୫ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଶିଳାନ୍ୟାସ କରିଥିଲେ। ତାଙ୍କ ସ୍ୱପ୍ନକୁ […]

bbsr99

Tapaswini Nayak
  • Published: Wednesday, 25 December 2019
  • , Updated: 25 December 2019, 05:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ଏମ୍ସରେ ଉନ୍ମୋଚିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି। ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ‌ଆଜି ଭୁବନେଶ୍ୱର ଏମ୍ସର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ୍ ଉଦ୍‌ଘାଟନ କରିଛନ୍ତି।

୨୦୦୩ ଜୁଲାଇ ୧୫ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଶିଳାନ୍ୟାସ କରିଥିଲେ। ତାଙ୍କ ସ୍ୱପ୍ନକୁ ପୂରଣ କରିବା ସହ ଭୁବନେଶ୍ୱର ଏମ୍ସକୁ ଉନ୍ନତ କରିବା ପାଇଁ ଆଉ ପାଦେ ଆଗକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର।

Related story