ଫାଦରଙ୍କୁ ବିଦାୟ ଜଣାଇ ଫେରୁଥିବା ବେଳେ ଓଲଟି ପଡ଼ିଲା ଭ୍ୟାନ୍‌

ମୋହନା(ମିହିର ଯତି): ଫାଦରଙ୍କୁ ବିଦାୟ ଦେଇ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍‌। ଫଳରେ ୨୨ରୁ ଅଧିକ ଆହତ ହୋଇଛନ୍ତି। ସେଥିରେ ଛୋଟ ପିଲା ମଧ୍ୟ ଅଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ସ୍ଥିତ ତାରିଣୀ ମନ୍ଦିର ନିକଟରେ ଘଟିଛି। ପିଣ୍ଡିକି ପଞ୍ଚାୟତ ଡାଳିଆମ୍ବ ଗାଁର ଫାଦରଙ୍କର ଆଜି ଥିଲା ବିଦାୟ ଦିନ। ସେଥିପାଇଁ ଗାଁର ଆବଳବୃଦ୍ଧବନୀତା ପ୍ରାୟ ୩୦ ଜଣ ଏକ ଭ୍ୟାନ୍‌ରେ ଫାଦରଙ୍କୁ ଧରି […]

van-accident-in-mohana

van-accident-in-mohana

Manoranjan Sial
  • Published: Sunday, 29 December 2019
  • Updated: 29 December 2019, 06:12 PM IST

ମୋହନା(ମିହିର ଯତି): ଫାଦରଙ୍କୁ ବିଦାୟ ଦେଇ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍‌। ଫଳରେ ୨୨ରୁ ଅଧିକ ଆହତ ହୋଇଛନ୍ତି। ସେଥିରେ ଛୋଟ ପିଲା ମଧ୍ୟ ଅଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ସ୍ଥିତ ତାରିଣୀ ମନ୍ଦିର ନିକଟରେ ଘଟିଛି।

ପିଣ୍ଡିକି ପଞ୍ଚାୟତ ଡାଳିଆମ୍ବ ଗାଁର ଫାଦରଙ୍କର ଆଜି ଥିଲା ବିଦାୟ ଦିନ। ସେଥିପାଇଁ ଗାଁର ଆବଳବୃଦ୍ଧବନୀତା ପ୍ରାୟ ୩୦ ଜଣ ଏକ ଭ୍ୟାନ୍‌ରେ ଫାଦରଙ୍କୁ ଧରି ତାଙ୍କ ଗାଁ କର୍ଚବାଡ଼ି ପଞ୍ଚାୟତ ଲୁଦୁପଙ୍କାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଭ୍ୟାନ୍‌ଟି ମୋହନା ସ୍ଥିତ ତାରିଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ୨୨ରୁ ଅଧିକ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ମୋହନ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ୍‌କୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos