ଘନୀଭୂତ ହେଉଛି ବିବାଦ, ଆଉ ପାଦେ ଆଗେଇଲେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଘନୀଭୂତ ହେଉଛି ବର୍ଷା-ଅନୁଭବ ବିବାଦ। ଉଭୟଙ୍କ ମଧ୍ୟରେ ବୈବାହିକ କଳିକୁ ନେଇ କୋର୍ଟ ଯାଇଥିବା ବେଳେ  ହଠାତ୍‌ ଦୁଇ ଦିନ ପୂର୍ବେ ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସ୍ପଷ୍ଟୀରକଣ ଏକ ନୂଆ ଟୁଇଷ୍ଟ ସୃଷ୍ଟି କରିଥିଲା। ଏବେ ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ସ୍ୱାମୀ ଅନୁଭବ […]

Anubhav-Varsha

Tapas Behera
  • Published: Tuesday, 15 December 2020
  • , Updated: 15 December 2020, 06:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଘନୀଭୂତ ହେଉଛି ବର୍ଷା-ଅନୁଭବ ବିବାଦ। ଉଭୟଙ୍କ ମଧ୍ୟରେ ବୈବାହିକ କଳିକୁ ନେଇ କୋର୍ଟ ଯାଇଥିବା ବେଳେ  ହଠାତ୍‌ ଦୁଇ ଦିନ ପୂର୍ବେ ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସ୍ପଷ୍ଟୀରକଣ ଏକ ନୂଆ ଟୁଇଷ୍ଟ ସୃଷ୍ଟି କରିଥିଲା। ଏବେ ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଦାଲତ ଯାଇଛନ୍ତି ବର୍ଷା। ସ୍ୱାମୀ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଅଦାଲତରେ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ଏବେ ବିଚରାରଧୀନ ଅଛି।

ତେବେ ଦୁଇଦିନ ପୂର୍ବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଉଠିଥିବା ସମ୍ପର୍କ ଚର୍ଚ୍ଚାକୁ ନେଇ ନେଇ ସ୍ପଷ୍ଟୀକରଣ ରଖିଥିଲେ ଜାଗୃତି। କହିଥିଳେ ଆମ ଦୁହିଁଙ୍କ ମଧ୍ୟରେ କେବଳ ଏକ ପ୍ରଫେସନାଲ ସମ୍ପର୍କ ରହିଛି ଏବଂ ଉଭୟେ କେବଳ ଭଲ ବନ୍ଧୁ ମାତ୍ର। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ ଯାହା କିଛି ବିବାଦ ଉଠିଛି, ତାହା ତାଙ୍କର ବ୍ୟକ୍ତିଗତ। କିନ୍ତୁ କିଛି ଲୋକ ଟାଣିଓଟାରି ମୋତେ ଉଭୟଙ୍କ ସମ୍ପର୍କ ମଧ୍ୟକୁ ଟାଣି ଯାବତୀୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି।

ସୋଶାଲ ମିଡିଆରେ ମୋ ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଅଯାଉଛି। ସୋଶାଲ୍ ମିଡିଆରେ ମୋତେ ଟ୍ରୋଲ୍ କରାଯାଉଛି। ମୋ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ। ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନଥିଲି। କିନ୍ତୁ ଏବେ ସବୁ ସୀମା ଟପିଯାଇଛି। ମୁଁ ଓ ମୋ ପରିବାର ବିଚଳିତ। ଯାହାକି ମୋର ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣିଛି ବୋଲି ଜାଗୃତି ଲେଖିଛନ୍ତି। ଏବେ ବର୍ଷାଙ୍କ ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

Related story