ବ୍ୟାପମ୍ ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସପୃକ୍ତି ଅଭିଯୋଗ ନେଇ ସମ୍ୱଲପୁରରେ ବିଜେଡିର ବିକ୍ଷୋଭ

ସମ୍ୱଲପୁର: ବ୍ୟାପମ୍ ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସପୃକ୍ତି ଅଭିଯୋଗ ନେଇ ସମ୍ୱଲପୁର ସହରରେ ପ୍ରତିବାଦ କରାଯାଇଛି। ଜିଲ୍ଳା ବିଜେଡି ପକ୍ଷରୁ ଶତାଧିକ ଦଳୀୟ କର୍ମୀ ଓ ନେତା ସହରର ଗୋଲ ବଜାର ଛକରେ ବିକ୍ଷୋଭ ପ୍ରଦର୍ଶନ  କରିବା ସହ ଧର୍ମେନ୍ଦ୍ରଙ୍କ ଫଟୋରେ ନିଆଁ ଲଗାଇ ପୋଡିଥିଲେ। ଏହାସହ ବିଜେପି ବିରୋଧୀ ସ୍ଲୋଗାନ୍ ଦେବା ସହ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।