ଓଲଟପୁର ‘ନିରତାର’କୁ ଦୁଇଥାକିଆ ରାସ୍ତା ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଅଡ଼ଶପୁର ଅନ୍ତର୍ଗତ ଓଲଟପୁରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ସଡ଼କ ସୁବିଧା ନିମନ୍ତେ ଖୁବଶୀଘ୍ର ୨ଥାକିଆ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅଡ଼ଶପୁର ରାସ୍ତାର ବୋଇରାଇ ଛକଠୁ ଓଲଟପୁର ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଥାକିଆ କରିବେ ଓ ଏନେଇ ଆବଶ୍ୟକ ଜମି ଅଧିଗ୍ରହଣ ମଧ୍ୟ କରିବେ ବୋଲି ଜଣାପଡ଼ିଛି । ଅସ୍ଥି ଚିକିତ୍ସା ତଥା ଥଇଥାନ ସଂକ୍ରାନ୍ତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ପ୍ରତ୍ୟେକ ଦିନ ରାଜ୍ୟର […]

5T Secretary

Ordigital Desk
  • Published: Thursday, 16 June 2022
  • , Updated: 16 June 2022, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲାର ଅଡ଼ଶପୁର ଅନ୍ତର୍ଗତ ଓଲଟପୁରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ସଡ଼କ ସୁବିଧା ନିମନ୍ତେ ଖୁବଶୀଘ୍ର ୨ଥାକିଆ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅଡ଼ଶପୁର ରାସ୍ତାର ବୋଇରାଇ ଛକଠୁ ଓଲଟପୁର ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଥାକିଆ କରିବେ ଓ ଏନେଇ ଆବଶ୍ୟକ ଜମି ଅଧିଗ୍ରହଣ ମଧ୍ୟ କରିବେ ବୋଲି ଜଣାପଡ଼ିଛି ।

ଅସ୍ଥି ଚିକିତ୍ସା ତଥା ଥଇଥାନ ସଂକ୍ରାନ୍ତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ‘ନିରତାର’କୁ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଂଚଳରୁ ଶହ ଶହ ରୋଗୀ ଆସିଥାନ୍ତି । ରୋଗୀମାନଙ୍କ ସୁବିଧା ନିମନ୍ତେ ଏହି ଜାତୀୟ ପ୍ରତିଷ୍ଠାନର ପାରିପାଶ୍ୱିର୍କ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ‘ନିରତାର’ ଯାଇ ସେଠାକୁ କିଭଳି ଦୁଇଥାକିଆ ରାସ୍ତା ନିର୍ମାଣ ହୋଇପାରିବ ଓ ନିରତାର ପାଶ୍ୱର୍ବର୍ତ୍ତୀ ଜମିକୁ ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯାଇପାରିବ ସେ ସମ୍ପର୍କରେ ବିଚାରବିମର୍ଶ କରିଥିଲେ । ରାଜ୍ୟ ସରକାର ମଧ୍ୟ ନିରତାର ହଷ୍ଟେଲର ଉନ୍ନତିକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଗସ୍ତ ସମୟରେ ଉନ୍ନୟନ କମିଶନର ଶ୍ରୀ ଜେନା ଓ ଫାଇଭ-ଟି ସଚିବ ଶ୍ରୀ ପାଣ୍ଡିଆନ ‘ନିରତାର’ରେ ବିଭିନ୍ନ ୱାର୍ଡ ବୁଲି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସୁବିଧା-ଅସୁବିଧା ପଚାରି ବୁଝିଥିଲେ ।

Related story