୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍‌ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ୧୬ ତାରିଖ ସକାଳ ୮ଟାରେ ଉପରାଷ୍ଟ୍ରପତି ଦିଲ୍ଲୀ ବିମାନବନ୍ଦରରୁ ବାହାରିବେ। ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ସେଠାରେ ସ୍ୱାଗତ କରାଯିବ। ସେଠାରୁ ସେ ସିଧା ଏମ୍‌ସ ଅଭିମୁଖେ […]

venkia

Rakesh Mallick
  • Published: Saturday, 28 July 2018
  • , Updated: 28 July 2018, 01:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏମ୍‌ସର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

୧୬ ତାରିଖ ସକାଳ ୮ଟାରେ ଉପରାଷ୍ଟ୍ରପତି ଦିଲ୍ଲୀ ବିମାନବନ୍ଦରରୁ ବାହାରିବେ। ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତାଙ୍କୁ ସେଠାରେ ସ୍ୱାଗତ କରାଯିବ। ସେଠାରୁ ସେ ସିଧା ଏମ୍‌ସ ଅଭିମୁଖେ ଯିବେ। ୧୨ଟା ବେଳେ ସେଠାରୁ ବାହାରି ବିମାନବନ୍ଦରରେ ପହଞ୍ଚିବେ ଓ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Related story