ପିଲା ଖାଉଛନ୍ତି ଭାତ, ଡାଲି; ଆଉ ବିଇଓ...

ସୁନ୍ଦରଗଡ଼ (ବିଜୟ ବରୁଆ): ସ୍କୁଲ୍‌ ପରିଦର୍ଶନ କରିବାକୁ ଯାଇଥିଲେ ବିଇଓ। କେମିତି ପାଠପଢ଼ା ଚାଲିଛି, ତାହା ଦେଖିବା ସହ ମଧ୍ୟାହ୍ନ ଭୋଜନ ମାନ ବି ଯାଞ୍ଚ କରିଥିଲେ। ହେଲେ ଖାଇବା ସମୟରେ ସବୁ ଗଡ଼ବଡ଼ ହୋଇଯାଇଥିଲା। କେହି ଜଣେ ମୋବାଇଲ୍‌ରେ ଫଟୋ ଉଠାଇଥିଲେ ଓ ପରେ ଏହାକୁ ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଆଉ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି। କିଛି ଗଡ଼ବଡ଼ ହୋଇ ନଥା’ନ୍ତା ଯଦି ତାଙ୍କ ଥାଳିରେ ବି ଖାଲି ଭାତ ଓ […]

beo,,

Tapaswini Nayak
  • Published: Friday, 11 October 2019
  • , Updated: 11 October 2019, 02:35 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ସ୍କୁଲ୍‌ ପରିଦର୍ଶନ କରିବାକୁ ଯାଇଥିଲେ ବିଇଓ। କେମିତି ପାଠପଢ଼ା ଚାଲିଛି, ତାହା ଦେଖିବା ସହ ମଧ୍ୟାହ୍ନ ଭୋଜନ ମାନ ବି ଯାଞ୍ଚ କରିଥିଲେ। ହେଲେ ଖାଇବା ସମୟରେ ସବୁ ଗଡ଼ବଡ଼ ହୋଇଯାଇଥିଲା। କେହି ଜଣେ ମୋବାଇଲ୍‌ରେ ଫଟୋ ଉଠାଇଥିଲେ ଓ ପରେ ଏହାକୁ ସୋଶାଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଆଉ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି। କିଛି ଗଡ଼ବଡ଼ ହୋଇ ନଥା’ନ୍ତା ଯଦି ତାଙ୍କ ଥାଳିରେ ବି ଖାଲି ଭାତ ଓ ପାଣିଆ ଡାଲି ଥାଆନ୍ତା ଅବା ସେ ପୃଥକ ଭାବେ ଅନ୍ୟ କୌଣସି ସ୍ଥାନରେ ଖାଇଥା’ନ୍ତେ। ତେବେ ପିଲାଙ୍କ ସାମ୍ନାରେ ବସି ସେ ଭାତ ଓ ଡାଲି ସହିତ ସାଲାଡ୍ ଓ ଆଉ ଦୁଇ ପ୍ରକାର ତରକାରି ଖାଉଥିବା ଦେଖିବାକୁ ମିଳୁଛି। କୁହାଯାଉଛି, ତାଙ୍କୁ ଚିକେନ୍ ତରକାରି ଦିଆଯାଇଥିଲା।

ଏ ଫଟୋଟି ସୁନ୍ଦରଗଡ଼ ଜିଲ୍ଲାର ତିଲେଇମାଳ ପ୍ରାଥମିକ ବିଦ୍ୟାଳୟର। ଗତ ୩ ତାରିଖରେ ସେଠାକୁ ବଣାଇ ବିଇଓ ବିନୟ ପ୍ରକାଶ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତ ବେଳେ ସେ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ। ପ୍ରଧାନଶିକ୍ଷକ ତୃପ୍ତି ଚନ୍ଦନ କିଷାନ ମଧ୍ୟ ସେମାନଙ୍କ ସହିତ ବସିଥିଲେ। ପିଲାମାନଙ୍କୁ ଖାଲି ଭାତ ଓ ଡାଲି ଦିଆଯାଇଥିବା ବେଳେ ବିଇଓଙ୍କୁ ଭାତ ଓ ଡାଲି ସହ ସାଲାଡ୍ ଓ ଆଉ କିଛି ତରକାରି ଦିଆଯାଇଥିଲା।  ସେହିଭଳି ପ୍ରଧାନ ଶିକ୍ଷକଙ୍କ ଥାଳିରେ ଭାତ ଓ ଡାଲି ସହ ତରକାରି ଓ ସାଲାଡ୍ ଥିଲା। ଲୋକେ ଏ ଫଟୋ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଇଓ ପିଲାଙ୍କ ସହିତ ବସି ସେହି ଭାତ ଓ ଡାଲି ଖାଇଥିଲେ ଭଲ ହୋଇଥା’ନ୍ତା ବୋଲି ଆଲୋଚନା ହେଉଛି।

ତେବେ ଚିକେନ୍ ଖାଇବା କଥାକୁ ଖଣ୍ଡନ କରିଛନ୍ତି ବିଇଓ। ସେ କହିଛନ୍ତି, “ମୋ ନାଁରେ ମିଥ୍ୟା ପ୍ରଚାର କରାଯାଉଛି। ମୋତେ ଚିକେନ୍ ଦିଆଯାଇ ନଥିଲା। ମୋତେ କଲରା ଭଜା ଦିଆଯାଇଥିଲା। ଜଣେ ଶିକ୍ଷୟିତ୍ରୀ ଟିଫିନ୍‌ରେ କଲରା ଭଜା ଓ କାକୁଡ଼ି ଆଣିଥିଲେ। ସେ ମୋତେ ସେଥିରୁ କିଛି ଖାଇବାକୁ ଦେଇଥିଲେ। ମୋତେ ବଦନାମ କରିବାକୁ ଏଭଳି କରାଯାଉଛି।”

Related story