ପରିବାର ଦେଉନି ପ୍ରେମର ସ୍ୱୀକୃତି; ସୋସିଆଲ ମିଡ଼ିଆରେ ଅପିଲ କଲେ ପ୍ରେମୀ ଯୁଗଳ

ନୀଳଗିରି (ଓଡ଼ିଶା ରିପୋର୍ଟର): ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି। କେହି କାହାକୁ ଛାଡ଼ି ଦଣ୍ଡେ ରହିପାରୁ ନାହାଁନ୍ତି। କିନ୍ତୁ ସେମାନଙ୍କର ଏ ପ୍ରେମକୁ ପରିବାର ଲୋକେ ସ୍ୱୀକୃତି ଦେଉନାହାଁନ୍ତି। ସମସ୍ତଙ୍କୁ ବୁଝାଇ ବୁଝାଇ ନିରାଶ ହେଲେ। କେହି ଶୁଣିଲେ ନାହିଁ। ଶେଷରେ ଦୁହେଁ ମିଶି ନେଲେ ଚରମ ପଦକ୍ଷେପ। ଘର ଛାଡ଼ି ପଳାଇ ଗଲେ ଏ ପ୍ରେମୀ ଯୁଗଳ। ଘର ଛାଡ଼ିଦେଲେ ସିନା, ଏବେ କରିବେ କ’ଣ। ଜାଣିବାକୁ ପାଇଲେ ଯେ ସେମାନଙ୍କ ଜୀବନ ପ୍ରତି […]

ame raji

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 06:39 PM IST

ନୀଳଗିରି (ଓଡ଼ିଶା ରିପୋର୍ଟର): ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି। କେହି କାହାକୁ ଛାଡ଼ି ଦଣ୍ଡେ ରହିପାରୁ ନାହାଁନ୍ତି। କିନ୍ତୁ ସେମାନଙ୍କର ଏ ପ୍ରେମକୁ ପରିବାର ଲୋକେ ସ୍ୱୀକୃତି ଦେଉନାହାଁନ୍ତି। ସମସ୍ତଙ୍କୁ ବୁଝାଇ ବୁଝାଇ ନିରାଶ ହେଲେ। କେହି ଶୁଣିଲେ ନାହିଁ। ଶେଷରେ ଦୁହେଁ ମିଶି ନେଲେ ଚରମ ପଦକ୍ଷେପ। ଘର ଛାଡ଼ି ପଳାଇ ଗଲେ ଏ ପ୍ରେମୀ ଯୁଗଳ। ଘର ଛାଡ଼ିଦେଲେ ସିନା, ଏବେ କରିବେ କ’ଣ। ଜାଣିବାକୁ ପାଇଲେ ଯେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି। ଘର ଲୋକେ ସେମାନଙ୍କୁ ଖୋଜୁଛନ୍ତି। କିଛି ବି କରିଦେଇ ପାରନ୍ତି। ଏପରି ସମସ୍ୟାରୁ ମୁକୁଳିବା ପାଇଁ ଶେଷରେ ଆଉଏକ ଉପାୟ ପାଞ୍ଚିଲେ ଏ ପ୍ରେମିଯୁଗଳ। ନିଜ ମୋବାଇଲ୍‌ରେ ତିଆରି କଲେ ତିନିଟି ଭିଡିଓ। ଏହି ଭିଡିଓରେ ସେମାନେ ପରିବାର ଲୋକଙ୍କୁ ଦେଇଛନ୍ତି ଚରମ ଚେତାବନୀ। ଏହି ଭିଡିଓ ମାଧ୍ୟମରେ ସୋସିଆଲ ମିଡ଼ିଆରେ ସେମାନେ ଅପିଲ୍‌ କରିଛନ୍ତି। ପ୍ରଥମ ଭିଡ଼ିଓରେ ନାବାଳିକା ଜଣକ ଅପିଲ୍‌ କରୁଥିବା ବେଳେ ଦ୍ୱିତୀୟ ଭିଡ଼ିଓରେ ଯୁବକ ଜଣକ ଗୁହାରି କରୁଛନ୍ତି। ତୃତୀୟ ଭିଡ଼ିଓରେ ପ୍ରେମୀ ଯୁଗଳ ମିଳିମିଶି ଏକସଙ୍ଗେ ଅପିଲ୍‌ କରୁଛନ୍ତି। ଏହି ଭିଡ଼ିଓ ଗୁଡ଼ିକ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍ ହୋଇଛି। ଭିଡ଼ିଓ ବାର୍ତ୍ତାରୁ ଜଣାପଡୁଛି, ଏ ପୁଅ ଝିଅ ଦୁହେଁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର। ଶେଷ ଖବର ସୁଦ୍ଧା, ଏ ଭିଡିଓ ସଂପର୍କରେ ଏମାନଙ୍କ ପରିବାର ଲୋକେ ଖବର ପାଇ ସାରିଛନ୍ତି। ଝିଅଟି ନାବାଳିକା ବୋଲି ମଧ୍ୟ ଏ ଭିଡିଓରୁ ଜଣାପଡୁଛି। ଝିଅଟି ନିଜେ କହିଛି ଯେ ସେ ୧୮ ବର୍ଷରୁ କମ୍ ବୟସର। ଏହାପରେ ନାବାଳିକାଙ୍କ ବାପା ଆଜି ନୀଳଗିରି ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି।

ସୋସିଆଲ ମିଡ଼ିଆରେ ଭିଡିଓ ଅପିଲ୍‌ରୁ ଜଣାପଡ଼ିଛି, ନୀଳଗିରି ଅଞ୍ଚଳର ଦୀପକ (ଛଦ୍ମନାମ) ରାଜ୍ୟ ବାହାରେ ଚାକିରି କରନ୍ତି। ଘରକୁ ଆସିଥିବା ବେଳେ ଭଲ ପାଇ ବସିଥିଲେ ଜଣେ ନାବାଳିକାଙ୍କୁ। ଏନେଇ ଉଭୟ ପରିବାର ଲୋକଙ୍କୁ ସେମାନେ କହିଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଶେଷରେ କିଛି ଉପାୟ ନପାଇ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇଗଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାବାଳିକାଙ୍କ ମାଆ ଗୁଣ୍ଡା ଲଗାଇ ପ୍ରେମୀ ଯୁଗଳଙ୍କୁ ଖୋଜୁଛନ୍ତି ବୋଲି ଭିଡିଓରେ ପ୍ରେମିକ ଜଣକ କହିଛନ୍ତି। ଧରା ପଡ଼ିଲେ ମାରିଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ ସେ କହିଛନ୍ତି। ସେଥିପାଇଁ ପ୍ରେମୀଯୁଗଳ ଗୋଟିଏ ଜାଗାରେ ରହିବାକୁ ସାହସ କରିପାରୁ ନାହାନ୍ତି। ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଏପରିକି ସେମାନଙ୍କ ମୋବାଇଲ୍‌ ଟ୍ରାକ୍‌ କରାଯାଉଛି ବୋଲି ଯୁବକ ଜଣକ ଅପିଲ୍‌ କରିଛନ୍ତି। ଏହାଛଡ଼ା ସୁରକ୍ଷା ଦିଆନଗଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଭିଡ଼ିଓରେ ଗୁହାରି କରିଛନ୍ତି।

ଯୁବକ ଜଣକ କହିଛନ୍ତି-“ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। କିଛି ତ ଭୁଲ କରିନାହୁଁ। ଆମକୁ କଣ ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି?” ଏହି ଭିଡ଼ିଓ ଭାଇରାଲ ହେବା ପରେ ଆଜି ସନ୍ଧ୍ୟାରେ ନାବାଳିକାଙ୍କ ବାପା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି। ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି ବୋଲି ପୋଲିସ କହିଛି।

Related story