ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ: ଅଚଳାବସ୍ଥା ଜାରି, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଯେମିତି ଆଶା କରାଯାଉଥିଲା ସେମିତି ହେଲା। ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନର ପ୍ରାରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ବାଚସ୍ପତି ପ୍ରଥମେ ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। କିନ୍ତୁ ଏହା ପରେ ବି ଗୃହ ଚାଲି ପାରି ନଥିଲା। ସାଢ଼େ ବାରଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଜିଦରେ ଅଟଳ ରହିଲେ […]

assembly4

assembly4

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 11:33 AM IST

Sports

Latest News

ଭୁବନେଶ୍ୱର: ଯେମିତି ଆଶା କରାଯାଉଥିଲା ସେମିତି ହେଲା। ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନର ପ୍ରାରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ବାଚସ୍ପତି ପ୍ରଥମେ ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। କିନ୍ତୁ ଏହା ପରେ ବି ଗୃହ ଚାଲି ପାରି ନଥିଲା। ସାଢ଼େ ବାରଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଜିଦରେ ଅଟଳ ରହିଲେ ଓ ପ୍ରକାଶ ମିଶ୍ର ସଂପର୍କରେ ଆଲୋଚନା କରିବାକୁ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

ଆଜି ସକାଳେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୂର୍ବତନ ଡିଜି ପ୍ରକାଶ ମିଶ୍ର ମାମଲା ଉଠାଇ ଥିଲେ। ସେ କହିଥିଲେ, ପ୍ରକାଶ ମିଶ୍ର ମାମଲାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସରକାର ଅପଦସ୍ଥ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ମୁଖ୍ୟମନ୍ତ୍ରୀ ପଦରେ ବସିବା ପାଇଁ ଆଉ ତାଙ୍କର ନୈତିକତ ଅଧିକାର ନାହିଁ। ସରକାର ପ୍ରଶ୍ନକାଳକୁ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା କରାଯିବା ଦରକାର। ତେବେ ବାଚସ୍ପତି ତାଙ୍କୁ କହିବା ପାଇଁ ଅନୁମତି ଦେଇ ନଥିଲେ। ପ୍ରଶ୍ନକାଳରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଏହା ପରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବା ଆରମ୍ଭ କରି ଦେଇଥିଲେ। ସେମାନେ ପ୍ରକାଶ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଟିପ୍ପଣୀ ଥିବା ବ୍ୟାନର ହାତରେ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସରକାରଙ୍କ ବିରୋଧରେ ନାରା ଦେଇ ଗୃହର ମଧ୍ୟଭାଗରେ ଥିବା ଟେବୁଲ ଉପରେ ଚଢ଼ି ଯାଇଥିଲେ। ବ୍ରହ୍ମ ବିଭ୍ରାଟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବିରୋଧୀମାନେ ବ୍ୟାନର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ପକ୍ଷରୁ ମଧ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଯାଇଥିଲା। ଶାସକ ଦଳର ବିଧାୟକମାନେ ମଧ୍ୟ ବ୍ୟାନର ପ୍ରଦର୍ଶନ କରିଥିଲେ। ଏଗୁଡ଼ିକରେ ଲେଖାଯାଇଥିଲା ଯେ ଓଡ଼ିଶା ପ୍ରତି ମୋଦି ସରକାରଙ୍କ ଉପେକ୍ଷା ସବୁ ସୀମା ଲଂଘି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story