ବାରିପଦା(ଓଡ଼ିଶା ରିପୋର୍ଟର): ଶେଷରେ ଗିରଫ ହେଲେ କୁବେର ସରକାରୀ ବାବୁ। ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ୨ ଦିନ ଧରି ସନ୍ତୋଷଙ୍କ ବିଭିନ୍ନ ଠିକଣାରେ ମାରାଥନ ଚଢାଉ କରିବା ପରେ ଭିଜିଲାନ୍ସ ଏହି ସରକାରୀ ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବାରିପଦା ITDA ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ସନ୍ତୋଷ ଦାସ। ସେ ଚାକିରି କାଳରେ ଅମାପ ସମ୍ପତ୍ତି ଠୁଳ କରିଥିଲେ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘର ଓ ଅଫିସ୍ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅମାପ ସମ୍ପତ୍ତି ପାଇଥିଲା। ତେବେ ତାଙ୍କ ଘରୁ କେବଳ ମିଳିଥିଲା ନଗଦ ୪୧ ଲକ୍ଷ ୭୭ ହଜାର। ୬୫୯ ଗ୍ରାମ ସୁନା ବି ଜବତ ହୋଇଥିଲା। କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ ଫ୍ଲାଟ୍ ଓ ପ୍ଲଟ ମଧ୍ୟ ଠାବ ହୋଇଥିଲା। ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ରାଜଧାନୀରେ ସିରିଜ୍ ଦୁର୍ଘଟଣା; ୭ ଆହତ, ଉତ୍ତେଜନା
ସ୍କୁଲ ଭ୍ୟାନ୍କୁ ପିଟାଲା କାର। ଆଉ ସ୍କୁଲ ଭ୍ୟାନ୍ ପିଟିହେଲା ଅଟୋରେ। ଅଟୋ ଦୁଇଟି ବାଇକ୍ରେ ପିଟି ହୋଇଯାଇଥିଲା। ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
Entertainment
ବର୍ଷା ପ୍ରିୟଦର୍ଶିନୀଙ୍କ ‘ୱାଇଫ୍’ ସତ ନା କାହାଣୀ
‘ୱାଇଫ୍’କୁ ନେଇ ବର୍ଷା କହିଛନ୍ତି, ମୁଁ ଚାହୁଁଥିଲି ଲୋକମାନେ ଏହି ଫିଲ୍ମକୁ ଦେଖନ୍ତୁ। ଏଥିରେ ଗୋଟିଏ ସକାରାତ୍ମକ ବାର୍ତ୍ତା ରହିଛି। ବିବାହର ମହତ୍ୱ ଓ ଗୁରୁତ୍ୱ ଉପରେ ଏଥିରେ ଗୋଟିଏ ଭଲ ବାର୍ତ୍ତା ରହିଛି। ଚଳଚ୍ଚିତ୍ରରେ ମାହି ଓ ଯୁବରାଜଙ୍କ କାହାଣୀ ରହିଛି।
Crime
ବାଲି ମାଫିଆଙ୍କ ଦାଦାଗିରି; ପ୍ରତିବାଦ କରିବାରୁ ମୁଣ୍ଡ ଫଟାଇଦେଲେ
ଗାଁର ଯୁବକ ମାନସ କୁମାର ସାହୁ ବିରୋଧ କରିଥିଲେ। ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଦୃତଗତିରେ କ’ଣ ପାଇଁ ଗାଡି ଚଳାଉଛ ବୋଲି ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।
Events & Festivals
ଚନ୍ଦ୍ରଭାଗା ବୁଡ଼ ପାଇଁ ବସିଲା ପ୍ରଥମ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତଙ୍କ ଉପସ୍ଥିତିରେ ଠାକୁରମାନଙ୍କ ଶୋଭାଯାତ୍ରା ଓ ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Crime
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।