କ୍ରିପ୍ଟୋ କରେନ୍ସିରେ ଲଗାଇଥିଲେ ଗୁପ୍ତ ଧନ, ଘାଣ୍ଟୁଛି ଭିଜିଲାନ୍ସ

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): କ୍ରିପ୍ଟୋ କରେନ୍ସିରେ ଆୟ ବହିର୍ଭୂତ ସମ୍ପତ୍ତି ବିନିଯୋଗ କରିଥିବା କୋଟିପତି ଯନ୍ତ୍ରୀଙ୍କୁ ଅଟକ ରଖି ଘାଣ୍ଟୁଛି ଭିଜିଲାନ୍ସ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରୁ ଗତକାଲି  ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ବେଳେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଗତକାଲି ରାତିରୁ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି […]

pic

pic

Niharika Rout
  • Published: Saturday, 29 October 2022
  • Updated: 29 October 2022, 01:53 PM IST

Sports

Latest News

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): କ୍ରିପ୍ଟୋ କରେନ୍ସିରେ ଆୟ ବହିର୍ଭୂତ ସମ୍ପତ୍ତି ବିନିଯୋଗ କରିଥିବା କୋଟିପତି ଯନ୍ତ୍ରୀଙ୍କୁ ଅଟକ ରଖି ଘାଣ୍ଟୁଛି ଭିଜିଲାନ୍ସ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରୁ ଗତକାଲି  ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ବେଳେ ତାଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଗତକାଲି ରାତିରୁ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାଯାଇଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି  ନିହାର ରଂଜନ ଦାସଙ୍କ ଘରେ  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଛି। ସେଥିମଧ୍ୟରେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଥିଲା। ଏତେ ପରିମାଣର ଅର୍ଥ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କରିବାରେ ନିହାର ରଞ୍ଜନ ଦାସ ପ୍ରଥମ ସରକାରୀ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି।

ଭିଜିଲାନ୍ସ ଚଢ଼ାଉ ବେଳେ ନିହାର ରଞ୍ଜନ ଦାସ କ୍ରିପ୍ଟୋ କାରବାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ।  ରେଡ୍‌ ବେଳେ ସେ ଏ ସଂକ୍ରାନ୍ତରେ ପ୍ରମାଣ ଥିବା ୩୮ଟି ଡକ୍ୟୁମେଣ୍ଟ ଏବଂ ମୋବାଇଲକୁ ଫିଙ୍ଗି ଦେଇଥିଲେ। ତେବେ ସେସବୁକୁ ଜବତ କରିଥିଲା ଭିଜିଲାନ୍ସ।

କ୍ରିପ୍ଟୋ କରେନ୍ସି ଲିଙ୍କ ଘଟଣାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ଜେରା କରିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା। ଏନେଇ ସେ କହିଛନ୍ତି, କ୍ରିପ୍ଟୋ କରେନ୍ସି ସଂକ୍ରାନ୍ତୀୟ ବହୁ  ବହୁ ଡକ୍ୟୁମେଣ୍ଟକୁ ସେ ନଷ୍ଟ କରିବାକୁ ଚାହୁଁଥିବା ବେଳେ ତାହାକୁ ଉଦ୍ଧାର କରି ଯାଞ୍ଚ କରାଯାଉଛି।  କ୍ରିପ୍ଟୋ ଏକ୍ସପର୍ଟଙ୍କ ସହାୟତା ନେଉଛୁ, ଠାବ କରେନ୍ସି ଫ୍ରିଜ୍ କରାଯିବ । ଋଷ୍ ଓ ଜର୍ମାନୀରେ ଥିବା କ୍ରିପ୍ଟୋ ଏକ୍ସଚେଞ୍ଜକୁ ଫ୍ରିଜ କରିବା ପାଇଁ ଲେଖିଛୁ। ଇ-ମେଲ୍ ମାଧ୍ୟମରେ ଏନେଇ କ୍ରିପ୍ଟୋ ଅଥରିଟିଙ୍କୁ ଭିଜିଲାନ୍ସ ପକ୍ଷରୁ ଅବଗତ କରାଯାଇଛି।  ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ୧.୭୫ କୋଟିର ପୁଞ୍ଜି ନିବେଶ ହୋଇଥିବା ଜଣାଯାଇଛି। ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

ଇତି ମଧ୍ୟରେ ନିହାରଙ୍କ ମାଳ ମାଳ କୋଠାବାଡ଼ି, ଯାନବାହନ ସହ ବିପୁଳ ଗହଣା ଗାଣ୍ଠି ଠାବ କରିଛି ଭିଜିଲାନ୍ସ । ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଥିବା ବେଳେ ସେଥିରେ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ବି ମିଳିଛି। ଖାରବେଳନଗର ସ୍ଥିତ ଶ୍ରୀରାମ ମାନିସନ୍ ଆପାର୍ଟମେଣ୍ଟରେ ଗୋଟିଏ ଥ୍ରୀ-ବିଏଚକେ ଫ୍ଲାଟ (ଯାହାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ),  ସମ୍ବଲପୁର ମୋଦିପଡ଼ାରେ ଗୋଟିଏ ଦୁଇ ମହଲା କୋଠା, ସମ୍ବଲପୁରର ବିଭିନ୍ନ ସ୍ଥାନରେ ୮ଟି ପ୍ଲଟ, ୧୦ ଲକ୍ଷ ଟଙ୍କା ମୂଲ୍ୟର ୩୩୨ ଗ୍ରାମ୍ ସୁନା, ୬୪ ଲକ୍ଷର ବୀମା ଠାବ ହୋଇଛି। ତା’ ମଧ୍ୟରୁ ୩ଟି ପ୍ଲଟର ଦାମ ୧ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହେବ। ବରଗଡ଼ ଜିଲ୍ଲା ରୋହିନିଆରେ ଗୋଟିଏ ପୈତୃକ ଘର ବି ମିଳିଛି। ତା’ ସହ ମିଳିଛି ୨ଟି କାର ଏବଂ ୨ଟି ବାଇକ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos