ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଲାଞ୍ଚ ନେଇ ଧରାପଡ଼ିଥିଲେ ଫରେଷ୍ଟର। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି। ଅକ୍ଟୋବର ୨୧ ତାରିଖରେ ଦେବଗଡ଼ ଜିଲ୍ଲା କଂସର ଗାଁର ଅରୁଣ ସାମାଧିଆ ଏକ ଶାଳଗଛ କାଟୁଥିଲେ। ଏହା ଦେଖି ୱାଚରମାନେ ଅରୁଣଙ୍କୁ ଧରି କଂସର ସେକ୍ସନ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଅଭିଯୋଗକୁ ଭିତ୍ତିକରି ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ତାଙ୍କ ଘରେ […]

vigilance-rain

Manoranjan Sial
  • Published: Tuesday, 05 November 2019
  • , Updated: 05 November 2019, 09:39 PM IST

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଲାଞ୍ଚ ନେଇ ଧରାପଡ଼ିଥିଲେ ଫରେଷ୍ଟର। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି।

ଅକ୍ଟୋବର ୨୧ ତାରିଖରେ ଦେବଗଡ଼ ଜିଲ୍ଲା କଂସର ଗାଁର ଅରୁଣ ସାମାଧିଆ ଏକ ଶାଳଗଛ କାଟୁଥିଲେ। ଏହା ଦେଖି ୱାଚରମାନେ ଅରୁଣଙ୍କୁ ଧରି କଂସର ସେକ୍ସନ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଅଭିଯୋଗକୁ ଭିତ୍ତିକରି ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ତାଙ୍କ ଘରେ ରେଡ୍‌ କରି ୨ଟି ଲଙ୍ଗଳ ଓ ଅନ୍ୟାନ୍ୟ କାଠ ସାମଗ୍ରୀ ଜବତ କରିଥିଲେ। ଏହା ପରେ ମୁଲ୍‌ଚାଲ ହୋଇଥିବା ଅଭିଯୋଗ ହୋଇଛି। ୧୮ ହଜାର ଟଙ୍କ ନଦେଲେ ଗିରଫ କରି ଜେଲ୍‌ ପଠାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ। ତେବେ ଏଥିରେ ପ୍ରଥମେ ସେ ରାଜି ହୋଇନଥିଲେ। ପରେ ୨ଟି ପର୍ଯ୍ୟାୟରେ ୮ ହଜାର ଟଙ୍କା ପ୍ରଦାନ ପାଇଁ ରାଜି ହୋଇଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ଦେବାପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

ଯୋଜନା ମୁତାବକ ଅରୁଣ ଟଙ୍କା ଧରି ଶ୍ରୀ ମିଶ୍ରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଲାଞ୍ଚ ଟଙ୍କା ଟେବୁଲ୍‌ ଉପରେ ରଖିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ଜବତ କରିଥିଲେ। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏସ୍‌ପି ପରମେଶ୍ୱର କିସାନ ଫରେଷ୍ଟର ପ୍ରକାଶ କରିଛନ୍ତି।

Related story