ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହକାରୀ ପରିସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି।
ବାଲେଶ୍ୱରର ଅଙ୍ଗାରଗାଡ଼ିଆ ବାସଭବନ, ଅଫିସ୍ ଓ ଭଦ୍ରକର ବାସୁଦେବପୁରରେ ଚଢ଼ଉ ହୋଇଛି।
ଭିଜିଲାନ୍ସ ଏସ୍ପି ସୁନିଲ କୁମାର ସେନାପତି କହିଛନ୍ତି,“ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଇଛି। ତାଙ୍କ ନାଁରେ ଚାରୋଟି ଜାଗାରେ ସର୍ଚ୍ଚ ୱାରେଣ୍ଟ ଆସିଛି। ଡିଏସ୍ପିଙ୍କ ନେତୃତ୍ୱରେ ୪ଟି ଟିମ୍ ଚଢ଼ଉ କରିଛନ୍ତି।