ବଲାଙ୍ଗିର ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ୍‌ଙ୍କ ଘରେ ଚଢ଼ାଉ ହୋଇଛି। ବଲାଙ୍ଗିର ଅଫିସ୍, ବରଗଡ଼ ଓ ଭୁବନେଶ୍ୱର ସମେତ ୫ ଟି ସ୍ଥାନରେ ଚଢାଉ ହୋଇଛି।

ସେହିପରି ଭବାନୀପାଟଣା ଉତ୍ତର ବନଖଣ୍ଡର ଡିଏଫ୍‌ଓ ଲଳିତେନ୍ଦୁ ଜେନାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଛି।  ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା, କଟକ, ଭୁବନେଶ୍ୱର ସମେତ ୫ଟି ଜାଗାରେ ଚଢାଉ ହୋଇଛି।