ଗଣିତ ଅଧ୍ୟାପକ ଓ ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର) : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଗଣିତ ଅଧ୍ୟାପକ ଓ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଉଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  ହୋଇଥିବା ସୂଚନା ମିଳିଛି। ସିଇଟି ଇଞ୍ଜିନିୟରିଂ କଲେଜ ଗଣିତ ଅଧ୍ୟାପକ ଡ.  ପ୍ରସନ୍ନ କୁମାର ମିଶ୍ରଙ୍କ ଖଣ୍ଡଗିରିବାରିସ୍ଥିତ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଡ.  ପ୍ରସନ୍ନ କୁମାର ସିଇଟି କଲେଜରେ ଗଣିତ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା […]

vigilance

Niharika Rout
  • Published: Monday, 23 November 2020
  • , Updated: 23 November 2020, 01:10 PM IST

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର) : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଗଣିତ ଅଧ୍ୟାପକ ଓ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଉଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  ହୋଇଥିବା ସୂଚନା ମିଳିଛି।

ସିଇଟି ଇଞ୍ଜିନିୟରିଂ କଲେଜ ଗଣିତ ଅଧ୍ୟାପକ ଡ.  ପ୍ରସନ୍ନ କୁମାର ମିଶ୍ରଙ୍କ ଖଣ୍ଡଗିରିବାରିସ୍ଥିତ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଡ.  ପ୍ରସନ୍ନ କୁମାର ସିଇଟି କଲେଜରେ ଗଣିତ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ସେହିପରି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌।  କମ୍ଭୁପାଣିଙ୍କ ବରଗଡ଼ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର ପୈତୃକ ଘରେ ରେଡ୍ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।

Related story