ଯନ୍ତ୍ରୀଙ୍କ ଶଳାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ୫ ଲକ୍ଷ ଜବତ

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଦୁର୍ଗା ପୂଜା ପୂର୍ବରୁ ବିଲ୍‌ ପାସ୍‌ କରାଇ ଦେବାକୁ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ନେଉଥିଲେ  ମୋଟା ଅଙ୍କର ଟଙ୍କା । ଏପରିକି ତୁରନ୍ତ ଏହି ଟଙ୍କାକୁ ଏରିଆ ପାର୍‌ କରାଇବାକୁ ଶଳା ହାତରେ ୫ ଲକ୍ଷ ଦେଇ ପଠାଇ ଦେଉଥିଲେ ଯନ୍ତ୍ରୀ। ମାତ୍ର ଶଳାଙ୍କୁ ମାଡ଼ି ବସିବା ସହ ୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ଭଦ୍ରକ ଡିଭିଜନ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ […]

vigilance

vigilance

Niharika Rout
  • Published: Thursday, 29 September 2022
  • Updated: 29 September 2022, 12:31 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ) : ଦୁର୍ଗା ପୂଜା ପୂର୍ବରୁ ବିଲ୍‌ ପାସ୍‌ କରାଇ ଦେବାକୁ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ନେଉଥିଲେ  ମୋଟା ଅଙ୍କର ଟଙ୍କା । ଏପରିକି ତୁରନ୍ତ ଏହି ଟଙ୍କାକୁ ଏରିଆ ପାର୍‌ କରାଇବାକୁ ଶଳା ହାତରେ ୫ ଲକ୍ଷ ଦେଇ ପଠାଇ ଦେଉଥିଲେ ଯନ୍ତ୍ରୀ। ମାତ୍ର ଶଳାଙ୍କୁ ମାଡ଼ି ବସିବା ସହ ୫ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ଭଦ୍ରକ ଡିଭିଜନ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ଘର ଓ ଅଫିସ୍‌ରେ ଚାଲିଛି ଘନ ଘନ ରେଡ ।

ସୂଚନାଯୋଗ୍ୟ, ଶ୍ରୀମନ୍ତ ସେଠୀ ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ ଯୋଗ ଦେବା ପରଠୁ ତାଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ହୋଇ ଆସୁଥିଲା। ତେଣୁ ସେ ଭିଜିଲାନ୍ସ ସ୍କାନରରେ ଥିଲେ।

ଆଜି ସକାଳେ  ବିଲ୍‌ ପାସ୍‌ କରାଇ ଦେବା ନିମନ୍ତେ ଶ୍ରୀମନ୍ତ ସେଠୀ କିଛି ଠିକାଦାରଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଏହି ଟଙ୍କାକୁ ସେ ଶଳା ହାତରେ ଗାଡ଼ିରେ ଗାଁକୁ ପଠାଉଥିଲେ।

ମାତ୍ର ପୂର୍ବ ଯୋଜନା ମୁତାବକ ଉକ୍ତ ସ୍ଥାନରେ ଛପି ରହିଥିବା ଭିଜିଲାନ୍ସ କର୍ମଚାରୀ ଶ୍ରୀମନ୍ତ ସେଠୀଙ୍କ ଶଳାଙ୍କୁ ମାଡ଼ି ବସିବା ସହ ୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏଥିସହ ଶ୍ରୀମନ୍ତଙ୍କ ପୈତୃକ ଘର ଓ ଶ୍ୱଶୁର ଘରେ ବି ଚାଲିଛି ରେଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos