ଜଳ ପଥରେ ଜଗିବ 'ବିଜୟ'

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ପାରାଦୀପରେ ପହଞ୍ଚିଥିଲା ତଟରକ୍ଷୀ ବାହିନୀ ଜାହାଜ ‘ବିଜୟ’। ଏହି ଜାହାଜ ପାରାଦୀପରେ ଜଗି ରହି ସୁରକ୍ଷାରେ ନିୟୋଜିତ ହେବ। ପାରାଦୀପରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ତଟରକ୍ଷୀ ବାହିନୀ ଜାହାଜ ‘ବିଜୟ’ ଗତ ସେପ୍ଟେମ୍ବର୧୪ ତାରିଖରେ ଚେନ୍ନାଇରେ ଲୋକାର୍ପିତ ହୋଇଥିଲା। ଏହାକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର। ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଏହି ଜାହାଜର ଲମ୍ବ ୯୮ ମିଟର। ସର୍ବାଧିକ ୨୬ ନଟ୍ସ […]

paradeep

Manoranjan Sial
  • Published: Thursday, 04 October 2018
  • , Updated: 04 October 2018, 10:14 PM IST

ପାରାଦୀପ (ଏନ୍‌ଏମ୍‌ ବୈଶାଖ): ପାରାଦୀପରେ ପହଞ୍ଚିଥିଲା ତଟରକ୍ଷୀ ବାହିନୀ ଜାହାଜ 'ବିଜୟ'। ଏହି ଜାହାଜ ପାରାଦୀପରେ ଜଗି ରହି ସୁରକ୍ଷାରେ ନିୟୋଜିତ ହେବ। ପାରାଦୀପରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି।

ତଟରକ୍ଷୀ ବାହିନୀ ଜାହାଜ 'ବିଜୟ' ଗତ ସେପ୍ଟେମ୍ବର୧୪ ତାରିଖରେ ଚେନ୍ନାଇରେ ଲୋକାର୍ପିତ ହୋଇଥିଲା। ଏହାକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର। ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଏହି ଜାହାଜର ଲମ୍ବ ୯୮ ମିଟର। ସର୍ବାଧିକ ୨୬ ନଟ୍ସ ଗତିରେ ଯାଇପାରିବ। ଏହା ଓପିଭି ଶ୍ରେଣୀର ଦ୍ୱିତୀୟ ଜାହାଜ। 'ବଜ୍ର' ସ୍ଥାନରେ 'ବିଜୟ' କାର୍ଯ୍ୟ କରିବ।

'ବଜ୍ର' ଗତ ଫେବୃଆରୀରେ ତଟରଖି ବାହିନୀରୁ ଅବସର ନେଇଛି। ଉପକୂଳ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକରେ ଉଦ୍ଧାର କାର୍ଯ୍ୟ ଓ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ‘ବିଜୟ’ ସହାୟତା କରିବ। ପାରାଦୀପ ସ୍ଥିତ ତଟରଖୀ ବାହିନୀ ମୁଖ୍ୟାଳୟ ପକ୍ଷରୁ 'ବିଜୟ'କୁ ଭବ୍ୟ ସ୍ଵାଗତ କରାଯାଇଛି। କୋଷ୍ଟଗାର୍ଡ ଡିଆଇଜି ରାଜେଶ ମକ୍ଵାନା ସ୍ଵାଗତ କରିଛନ୍ତି। ଏଥିରେ ୧୨ ଜଣ ଅଫିସର, ୯୧ ଜଣ ଯବାନ ଥିବା ବେଳେ କମାଣ୍ଡାଣ୍ଟ ଏଚ.ଜେ ସିଂ ଜାହାଜକୁ କମାଣ୍ଡ ଦେବେ।

Related story