ଗାଁ ପିଉଛି ଦୂଷିତ ପାଣି, ସହରରେ ନାହିଁ ପରୀକ୍ଷାଗାର

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନ୍‌ଗୋ):  ସହର ଅପେକ୍ଷା ଗାଁରେ ଅଧିକ ଦୂଷିତ ପାଣି ପିଉଛନ୍ତି ଲୋକେ। ଗାଁରୁ ପ୍ରାୟ ଅଢ଼େଇ ମାସରେ ମିଳିଛି ୧୨୮୧ ଦୂଷିତ ନମୁନା। ସହରାଞ୍ଚଳରେ ମାତ୍ର ୨୦% ପରୀକ୍ଷାଗାର ଥିବାରୁ ଭର୍ସନା କରିଥିଲା ସିଏଜି। ଓଡ଼ିଶାରେ ଗାଁ ଲୋକେ ପିଉଛନ୍ତି ଦୂଷିତ ପାଣି। ଜଳଶକ୍ତି ମନ୍ତ୍ରଣାଳୟର ଜଳଜୀବନ ମିଶନର ଏହି ରିଅଲ ଟାଇମ୍ ସାମ୍ପଲ୍ ଟେଷ୍ଟ ରିପୋର୍ଟକୁ ଦେଖନ୍ତୁ। ଜଳଜୀବନ ମିଶନ ଓଏବସାଇଟରେ ଓଡ଼ିଶାରେ ଗ୍ରାମ୍ୟ ଉନ୍ନୟନ ବିଭାଗ-ଜଳ ପରିମଳ ମିଶନ ଅଧୀନରେ ଏନଏବିଏଲ […]

Water

  • Published: Friday, 28 October 2022
  • , Updated: 28 October 2022, 07:56 AM IST

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନ୍‌ଗୋ):  ସହର ଅପେକ୍ଷା ଗାଁରେ ଅଧିକ ଦୂଷିତ ପାଣି ପିଉଛନ୍ତି ଲୋକେ। ଗାଁରୁ ପ୍ରାୟ ଅଢ଼େଇ ମାସରେ ମିଳିଛି ୧୨୮୧ ଦୂଷିତ ନମୁନା। ସହରାଞ୍ଚଳରେ ମାତ୍ର ୨୦% ପରୀକ୍ଷାଗାର ଥିବାରୁ ଭର୍ସନା କରିଥିଲା ସିଏଜି।

ଓଡ଼ିଶାରେ ଗାଁ ଲୋକେ ପିଉଛନ୍ତି ଦୂଷିତ ପାଣି। ଜଳଶକ୍ତି ମନ୍ତ୍ରଣାଳୟର ଜଳଜୀବନ ମିଶନର ଏହି ରିଅଲ ଟାଇମ୍ ସାମ୍ପଲ୍ ଟେଷ୍ଟ ରିପୋର୍ଟକୁ ଦେଖନ୍ତୁ। ଜଳଜୀବନ ମିଶନ ଓଏବସାଇଟରେ ଓଡ଼ିଶାରେ ଗ୍ରାମ୍ୟ ଉନ୍ନୟନ ବିଭାଗ-ଜଳ ପରିମଳ ମିଶନ ଅଧୀନରେ ଏନଏବିଏଲ ମଂଜୁରୀ ପ୍ରାପ୍ତ ୧୯ଟି ପରୀକ୍ଷାଗାର ରହିଛି। ଘେରାଇ ପରୀକ୍ଷାଗାରକୁ ମିଶାଇ ଓଡ଼ିଶାରେ ମୋଟ ୭୭ଟି ପରୀକ୍ଷାଗାର ରହିଛି। ଏଥିରେ ଅଗଷ୍ଟ ୧୫ ତାରିଖରୁ ଆଜି ସୁଦ୍ଧା ଅର୍ଥାତ ପ୍ରାୟ ଅଢେଇ ମାସରେ ପରୀକ୍ଷା କରାଯାଇଥିବା କିଛି ନମୁନାରୁ ୧୨୮୧ଟି ନମୁନାର ପାଣି ଦୂଷିତ ଥିବା ଓଡ଼ିଶା ସରକାର ସ୍ୱୀକାର କରିଛନ୍ତି। ଓଡ଼ିଶାର ଗାଁ ଲୋକେ ବ୍ୟାପକ ମାତ୍ରାରେ ଦୂଷିତ ପାଣି ପିଉଛନ୍ତି। ଦୂଷିତ ପାଣି ପିଇ ରାୟଗଡ଼ାର କାଶୀପୁର, ଝାରସୁଗୁଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା ଓ ଗଜପତିରେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୪୩୨ ଜଣ ଆକ୍ରାନ୍ତ ହୋଇଥିଲେ ବୋଲି ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜୁଲାଇ ମାସରେ ବିଧାନସଭାରେ ବିବୃତି ଦେଇଥିଲେ।

ଏତ ଗଲା ଗ୍ରାମାଞ୍ଚଳର କଥା। ତେବେ ସହରାଞ୍ଚଳରେ ତଥା ରାଜଧାନୀରେ କେତେ ସୁଦ୍ଧ ପାଣି ପିଉଛନ୍ତି ତାହା ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ଏ ନେଇ ଆମେ କିଛି ଦିନ ତଳେ ସହରର ତିନିଟି ସ୍ଥାନରୁ ନମୁନା ନେଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରିଥିଲୁ। ସ୍ବାସ୍ଥ୍ୟ ବିଭାଗ ପରିଚାଳିତ ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ତିନିଟି ନମୁନା ଦେଇଥିଲୁ। ଗୋଟିଏ ସଚିବାଳୟ ପଛପଟ ଅଂଚଳ ପିଏଚଡି ପାଇପରୁ ନେଇଥିଲୁ ପାଣି। ଆଉ ଗୋଟିଏ ଆକ୍ବାଗାର୍ଡ ଲାଗିଥିବା ୟୁନିଟ-୪ ମାର୍କେଟରୁ ଓ ଆଉ ଗୋଟିଏ ୟୁନିଟ-୯ ମାର୍କେଟରୁ। ଏ ସବୁ ପାଣି ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ ବା ପିଏଚଡି ପାଣି ଥିଲା। ତେବେ ପରୀକ୍ଷା ରିପୋର୍ଟରେ ତିନିଟିଯାକ ନମୁନା ଜୈବିକ ଓ ରାସାୟନିକ ଦୃଷ୍ଯିରୁ ସନ୍ତୋଷଜନକ ଥିବା ଦେଖାଗଲା। କିନ୍ତୁ ଆମର ନମୁନା ସଂଖ୍ୟା କମ ଥିଲା ଏବଂ ରାଜ୍ୟର ସହରାଞ୍ଚଳରେ ପରୀକ୍ଷାଗାର ସଂଖ୍ୟା ମଧ୍ୟ ଖୁବ କମ। ୭ ବର୍ଷ ତଳେ ସହରାଂଚଳରେ ବିଭିନ୍ନ ସ୍ତରରେ ୧୧୫ଟି ପରୀକ୍ଷାଗାର ତିଆରି ହେବା ପାଇଁ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଥିଲା। ମାତ୍ର ଏଥିରୁ ମାତ୍ର ୨୨ଟି ପରୀକ୍ଷାଗାର ତିଆରି ସରିଥିବାରୁ ସିଏଜି ୨୦୨୧ ଡିସେମ୍ବର ରିପୋର୍ଟରେ ସରକାରଙ୍କୁ ଭର୍ତ୍ସନା କରିଥିଲେ।

ପିଇବା ପାଣି ନମୁନାରୁ ଜୈବିକ ଓ ରାସାୟନିକ ପରୀକ୍ଷା ଦେଖିଲେ, ଏହା ମଣିଷ ଶରୀରର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ ବୋଲି ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି। ସେହିପରି ପାଣିରେ ଆର୍ସେନିକ ଯୋଗୁଁ ଅନେକ ଲୋକଙ୍କ ଅଙ୍ଗପ୍ରତ୍ୟଙ୍ଗ ରୋଗାକ୍ରାନ୍ତ ହେଉଛି ବୋଲି ଅସ୍ଥିଶଲ୍ୟ ବିଶେଷଜ୍ଞ ସିଦ୍ଧାର୍ଥ ସାହୁ କହିଛନ୍ତି।

ପାଣିରେ ଅଧିକ ମାତ୍ରାରେ ଫ୍ଳୋରାଇଡ୍ ରହିଲେ ଦାନ୍ତ ଖରାପ ହେବ, କ୍ଲୋରାଇଡ୍ ଓ ସୋଡିୟମ ରହିଲେ ରକ୍ତଚାପ ବଢ଼ିବ, ପାରଦ ରହିଲେ ମସ୍ତିଷ୍କରେ ପ୍ରଭାବ ପଡ଼ିବ, କାଲସିୟମ ରହିଲେ କିଡନୀରେ ଷ୍ଟୋନ ହେବ, ଆଇରନ୍ ରହିଲେ ପାକସ୍ତଳୀରେ ସମସ୍ୟା ହେବ। ଏସବୁ କଥା ଜାଣି ମଧ୍ୟ ସରକାର ଲୋକଙ୍କୁ ଶୁଦ୍ଧ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି।

Related story