କଳୁଷିତ ହେଉଛି କି ଗାଁ ରାଜନୀତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରଥମେ ସମ୍ବଲପୁର, ଆଉ ଏବେ ପିପିଲିରେ ଦେଖିବାକୁ ମିଳିଛି ଶାସକ ଦଳର ନିକୃଷ୍ଟ ରାଜନୀତି। କଂଗ୍ରେସରୁ ଟିକେଟ୍ ପାଇ ହାତ ଯୋଡ଼ି ହାତ ଚିହ୍ନ ପାଇଁ ଭୋଟ ଭିକ୍ଷା କରୁଥିବା ପ୍ରାର୍ଥୀ ଏବେ ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଲେଣି। ପିପିଲି ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ସୁକାନ୍ତି ସାହୁ  ନିର୍ବାଚନର ଠିକ୍ ଦିନକ ପୂର୍ବରୁ ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ରୁଦ୍ର ମହାରଥୀଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ହିଁ ସବୁ […]

Politics

Debendra Prusty
  • Published: Thursday, 17 February 2022
  • , Updated: 17 February 2022, 05:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପ୍ରଥମେ ସମ୍ବଲପୁର, ଆଉ ଏବେ ପିପିଲିରେ ଦେଖିବାକୁ ମିଳିଛି ଶାସକ ଦଳର ନିକୃଷ୍ଟ ରାଜନୀତି। କଂଗ୍ରେସରୁ ଟିକେଟ୍ ପାଇ ହାତ ଯୋଡ଼ି ହାତ ଚିହ୍ନ ପାଇଁ ଭୋଟ ଭିକ୍ଷା କରୁଥିବା ପ୍ରାର୍ଥୀ ଏବେ ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଲେଣି। ପିପିଲି ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ୍‌ର କଂଗ୍ରେସ ପ୍ରାର୍ଥୀ ସୁକାନ୍ତି ସାହୁ  ନିର୍ବାଚନର ଠିକ୍ ଦିନକ ପୂର୍ବରୁ ବିଜେଡିରେ ଯୋଗ ଦେଇଛନ୍ତି। ବିଧାୟକ ରୁଦ୍ର ମହାରଥୀଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ହିଁ ସବୁ କିଛି ଓଲଟ ପାଲଟ ହୋଇଥିଲା।

ସେହିପରି ଦୁଇ ଦିନ ପୂର୍ବରୁ  ସମ୍ବଲପୁରରେ ମଧ୍ୟ ଏମିତି କିଛି ଗୋଟି ଚାଳନା କରିଥିଲେ ବିଧାୟକ ରୋହିତ ପୂଜାରୀ। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ୨ ନମ୍ବର ଜୋନ୍ କଂଗ୍ରେସ ପ୍ରାର୍ଥୀ ସୁଜାତା ବାବିଙ୍କୁ ବିଜେଡିରେ ସାମିଲ କରାଇଥିଲେ ରୋହିତ। ନିର୍ବାଚନୀ ପ୍ରଚାର ପାଇଁ ଦଳ ଅଧିକ ପାଣ୍ଠି ଦେଇ ନଥିବାରୁ ସେ ଏମିତି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ମମତା। କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କଲେ, ଆଉ ପ୍ରଚାର ବେଳକୁ ଶଙ୍ଖ ଧରିଲେ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯଦିଓ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଦଳୀୟ ତେବେ ସେମାନଙ୍କୁ ଦଳୀୟ ସମର୍ଥନ ମିଳିଥାଏ। କିନ୍ତୁ ଜିଲ୍ଲା ପରିଷଦ ପାର୍ଥୀ ହିଁ ଦଳୀୟ ଚିହ୍ନ ସହ ମଇଦାନକୁ ଓହ୍ଲାଇଥାନ୍ତି। ରାଜ୍ୟର କେତେକ ଜିଲ୍ଲା ପରିଷଦ ଆସନ ଭୋଟ ପୂର୍ବରୁ ଶାସକ ଦଳ ମୁଣିରେ ପଡ଼ି ସାରିଛି। ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଜୋନ୍ ୨ରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇସାରିଛନ୍ତି।

ବିରୋଧୀ ଦଳରୁ ଟିକେଟ୍ ନେଇ ଶାସକ ଦଳକୁ ଡେଇଁବାର ପରମ୍ପରା ପ୍ରଥମେ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। କେନ୍ଦୁଝର ଆନନ୍ଦପୁର ଆସନରୁ  ଭାଗୀରଥି ସେଠୀଙ୍କୁ ବିଜେପି ଟିକେଟ୍ ମିଳିଥିଲା। ବିଜେପି ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଭାଗିରଥୀ ବିଜେଡି ଶିବିରରେ ସାମିଲ ହୋଇ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା। କାକଟପୁର ବିଧାନସଭା ଆସନରୁ ତୁଷାରକାନ୍ତିଙ୍କୁ ବିଜେପି ଟିକେଟ୍ ଦେଇସାରିଥିଲା। କିନ୍ତୁ ଟିକେଟ୍ ମିଳିବାର ୪୮ ଘଣ୍ଟା ମଧ୍ୟରେ ମନ୍ତ୍ରୀ ହେବାର ପ୍ରଲୋଭନ ଦେଖାଇ ଶାସକ ଦଳ ତୁଷାରକାନ୍ତିଙ୍କୁ ବିଜେଡିରେ ସାମିଲ କଲା।

ରାଜ୍ୟ ରାଜନୀତି ଏବେ ଗାଁ ରାଜନୀତିକୁ ମଧ୍ୟ କଳୁଷିତ କରିବାର ଲାଗିଲାଣି। ସ୍ଥିତି ଏମିତି ହୋଇଛି ଯେ ପଂଚାୟତ ନିର୍ବାଚନ ବେଳେ ଗାଁରେ ସବୁଠୁ ଅଧିକ ହିଂସା ଦେଖିବାକୁ ମିଳୁଛି। ସରଳ ଗାଁ ଲୋକଙ୍କ ମଧ୍ୟ ଅବିଶ୍ୱାସର ବାତାବରଣ ସୃଷ୍ଟି କରିବାରେ ଲାଗି ପଡ଼ିଛି ଶାସକ ବିଜେଡି। ଦୀର୍ଘ ୨୨ ବର୍ଷର ନିରବଚ୍ଛିନ୍ନ ଶାସନ, ମାଳମାଳ ମାଗଣା ଯୋଜନା ସତ୍ତ୍ୱେ ମଦ, ମାଂସ ଓ ଅର୍ଥ ବଳରେ ପଂଚାୟତ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେଡି।

Related story