ଆମ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି

ବାଲିଗୁଡ଼ା(ଅଜିତ ନାୟକ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ପୁଲିସ ଗାଡିକୁ ଆକ୍ରମଣ ଘଟଣାରେ ଗିରଫ ଭୟରେ ଜଙ୍ଗଲରେ କଟୁଛି ଗ୍ରାମବାସୀଙ୍କ ଜୀବନ।  ଏହି  ଘଟଣାରେ ପୁଲିସ ମେରାମାହା ଗାଁର ୬ ଜଣଙ୍କୁ ଗିରଫ କରିବା ପରେ ଗାଁ ଏକ  ପ୍ରକାର ପୁରୁଷଶୂନ୍ୟ ହୋଇପଡିଛି। ଗିରଫ ହେବା ଭୟରେ ମେରାମାହା ଗ୍ରାମବାସୀ ଏବେବି ଜଙ୍ଗଲରେ ରହୁଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି । ଅଞ୍ଚଳରେ  ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ପୁଲିସର ଦମନଲୀଳାକୁ ବିରୋଧ କରି […]

690

Tapas Behera
  • Published: Tuesday, 03 November 2020
  • , Updated: 03 November 2020, 03:55 PM IST

ବାଲିଗୁଡ଼ା(ଅଜିତ ନାୟକ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ପୁଲିସ ଗାଡିକୁ ଆକ୍ରମଣ ଘଟଣାରେ ଗିରଫ ଭୟରେ ଜଙ୍ଗଲରେ କଟୁଛି ଗ୍ରାମବାସୀଙ୍କ ଜୀବନ।  ଏହି  ଘଟଣାରେ ପୁଲିସ ମେରାମାହା ଗାଁର ୬ ଜଣଙ୍କୁ ଗିରଫ କରିବା ପରେ ଗାଁ ଏକ  ପ୍ରକାର ପୁରୁଷଶୂନ୍ୟ ହୋଇପଡିଛି। ଗିରଫ ହେବା ଭୟରେ ମେରାମାହା ଗ୍ରାମବାସୀ ଏବେବି ଜଙ୍ଗଲରେ ରହୁଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି । ଅଞ୍ଚଳରେ  ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ପୁଲିସର ଦମନଲୀଳାକୁ ବିରୋଧ କରି ୮ଟି ପଞ୍ଚାୟତର ଜନ  ପ୍ରତିନିଧି ଗାଁରେ ପହଞ୍ଚି ଏକ ବୈଠକ କରିଛନ୍ତି।

କେଉଁ ପରିସ୍ଥିତିରେ ଗାଁ ଲୋକେ  ପୁଲିସ ଉପରେ ଅତର୍କିତ ଆକ୍ରମଣ କଲେ ଏବଂ ପୁଲିସ କାହିଁକି ଲୋକଙ୍କୁ ମାଡ଼  ମାରିଲା ସେ ନେଇ  ଜନପ୍ରତିନିଧି ମେରାମାହା ଗାଁର ମହିଳା ମାନଙ୍କ ସହିତ  ଆଲୋଚନା କରିଛନ୍ତି। ୨ ଦିନ ତଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କୁ ମେରାମାହା ଗ୍ରାମବାସୀ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଏବଂ ପୁଲିସ ଗାଡି  ଭଙ୍ଗାରୁଜା ମଧ୍ୟ କରିଥିଲେ । ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଅଂଚଳରେ ଏବେ ବି ଭୟର ବାତାବରଣ ଲାଗିରହିଛି।

Related story