୫ ଜଣଙ୍କ ମୃତ୍ୟୁ ପରେ ଗାଁରେ ବୁଲିଲା ଚୌକି! ବଳି ଦେଲେ ଦିଶାରୀ

ଗାଁ ସାରା ବୁଲିଲା ଚେୟାର, ବଳିପଡ଼ିଲା ଘୁଷୁରୀ ଓ ଗଞ୍ଜା

Nabarangpur

Nabarangpur

Manoranjan Sial
  • Published: Monday, 17 October 2022
  • Updated: 17 October 2022, 07:35 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): ଦଶ ଦିନରେ ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର କାରଣ ଖୋଜିବା ପରିବର୍ତ୍ତେ ଗାଁ ଲୋକେ ଦିଶାରୀ ଡାକି ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କଲେ। ଘୁଷୁରୀ ଓ କୁକୁଡ଼ା ବଳି ଦେଲେ। ଗାଁରେ ବୁଲାଇଲେ କାଠ ଚେୟାର। ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିର ଏପରି ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରୁ।

ଖଣ୍ଡିଆଗୁଡା ଗାଁ ପରଜା ସାହି। ଏହି ସାହିରେ ପ୍ରାୟ ୬୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ବେଶ୍‌ ଖୁସିବାସରେ ଚଳୁଥିବା ଗାଁରେ ଲାଗିଲା କାହାର ନଜର। ଅକ୍ଟୋବର ୧ ତାରିଖରୁ ୧୦ ତାରିଖ ଭିତରେ ସାହିର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

କାହିଁକି ଖଣ୍ଡିଆଗୁଡ଼ା ଗାଁରେ ଗଡ଼ୁଛି ମୁଣ୍ଡ? ଏହାର କାରଣ ଖୋଜିବା ପାଇଁ ଗାଁରେ ବସିଥିଲା ସଭା। ଆଉ ସେହି ସଭାକୁ ଜଣେ ଦିଶାରୀଙ୍କୁ ଡାକିଥିଲେ। ଦିଶାରୀ ଆମର ଦିବ୍ୟଦ୍ରଷ୍ଟା। ଗାଁକୁ ଦେଖି କହିଲେ, ଗ୍ରାମଦେବୀଙ୍କ କୋପ ଦୃଷ୍ଟି ପଡ଼ିଛି। ପୂଜା କରିବାକୁ ପଡ଼ିବ। ଦିଶାରୀଙ୍କଠାରୁ ଏକଥା ଶୁଣିବା ପରେ ଶନିବାର ଗାଁରେ ଆୟୋଜନ ହୋଇଥିଲା ପୂଜା।

ଗ୍ରାମର ପ୍ରବେଶ ପଥର ଏକ ନିଛାଟିଆ ସ୍ଥାନରେ ପୂଜା କରାଯାଇଥିଲା। ସେଠାରେ ଗୋଟିଏ କାଠ ଚେୟାର(ପାଲିଙ୍କି) ପୂଜା କରାଯାଇଥିଲା। ପରେ ସେହି ଚେୟାରକୁ ଗ୍ରାମଦେବୀଙ୍କ ପୀଠକୁ ନିଆଯାଇଥିଲା। ସେଠାରେ ମଧ୍ୟ ଦିଶାରୀ ଆଉଥରେ ପୂଜା କରିଥିଲେ। ତା’ପରେ ଚେୟାରକୁ ଧରି ଦୁଇ ଜଣ ଯୁବକ ଗାଁ ସାରା ବୁଲି ଥିଲେ। ସବା ଶେଷରେ ଚେୟାରକୁ ଧରି ଗ୍ରାମଦେବୀଙ୍କ ପାଖକୁ ଆସିଥିଲେ। ସେଠାରେ ଗୋଟିଏ ଘୁଷୁରୀ ଓ ଗଞ୍ଜା (କୁକୁଡା)କୁ ବଳି ଦିଆଯାଇଥିଲା। ଏହା ପରେ ଗ୍ରାମଦେବୀ ସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ଦ୍ଦିଷ୍ଟ ଗୋଟିଏ ସାହିରେ ଗତ ୧୦ ଦିନରେ କାହିଁକି ୫ ଜଣଙ୍କ ମୃତ୍ୟୁ ଘଟିଲା? ଏହାର ଉତ୍ତର ଖୋଜିବାକୁ ଯାଇ ଗାଁ ଲୋକେ ଅନ୍ଧବିଶ୍ୱାସ ଉପରେ ଭରସା କରିଥିଲେ। ପୂଜା ପାଠ କଲେ। ହେଲେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କ’ଣ କଲା? ଲୋକଦେଖାଣିଆ ଭାବେ ମୃତ୍ୟୁ ଖବର ପାଇ ଗତ ୧୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ସାହିକୁ ଯାଇଥିଲା। ପଚରାଉଚରା କରିବା ପରେ ଗାଁ ଲୋକଙ୍କ ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ବୋଲି କହି ସ୍ୱାସ୍ଥ୍ୟ ବିଭାଗ ଚୁପ୍‌ ବସି ଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ୫ ଜଣଙ୍କ ମୃତ୍ୟୁ ବାର୍ଦ୍ଧକ୍ୟଜନିତ, ତାହାହେଲେ ଯେଉଁମାନେ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ଓ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି, ସେମାନଙ୍କୁ କଣ ହୋଇଥିଲା? ଏହାର ଉତ୍ତର ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ।

ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ଘଟିବା ଛୋଟିଆ କଥା ନୁହେଁ। ଏକଥା ଜାଣିବା ପରେ ଓଡ଼ିଶା ରିପୋର୍ଟର ପ୍ରତିନିଧି ନିଜକୁ ରୋକି ପାରିଲେ ନାହିଁ। ଗତ ୧୩ ତାରିଖରେ ସେ ପରଜା ସାହିରେ ପହଞ୍ଚିଥିଲେ। ଗାଁର ପରିମଳ ବ୍ୟବସ୍ଥାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଯୁଆଡେ ଚାହିଁବେ କୁଢ଼ କୁଢ଼ ଆବର୍ଜନା ଓ ଦେଶୀ ମଦ ପାଉଚ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗାଁରେ ଦେଖାଦେଇଥିବା ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଲୋକଙ୍କ ମୃତ୍ୟୁ ହୋଇନି ତ? ଏଥିପ୍ରତି କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ନଜର ପଡ଼ିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story