ନକ୍ସଲଙ୍କ ଗୁଳିର ଶିକାର ଅଚ୍ୟୁତଙ୍କୁ ଝୁରୁଛି ଗାଁ, ସ୍ତବ୍ଧ ପରିବାର ଲୋକେ ଏବଂ ସାଙ୍ଗସାଥୀ

ବଲାଙ୍ଗିର: ଛତିଶଗଡ଼ର ଲାଲ୍‌ କରିଡର୍‌ର କଭରେଜ୍‌ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷ ଆସାଇନମେଣ୍ଟ ହୋଇଗଲା। ଲାଲ୍‌ଗଡ଼ ଦାନ୍ତେୱାଡ଼ାରେ ନକ୍ସଲ ହମଲାରେ ମୃତ ଡିଡିନ୍ୟୁଜ୍ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ଝୁରୁଛି ଗାଁ ମାଟି, ଝୁରୁଛନ୍ତି ସମ୍ପର୍କୀୟ ଏବଂ ମନେ ପକାଉଛନ୍ତି ସାଙ୍ଗସାଥୀ। ତାଙ୍କ ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ସମେତ ସମଗ୍ର ଓଡ଼ିଶାରେ ଏବେ ଶୋକାକୁଳ ପରିବେଶ। ୨ବର୍ଷ ତଳେ ବିବାହ କରିଥିଲେ ଅଚ୍ୟୁତ ଏବଂ ଏଥର ନୂଆଁଖାଇରେ ଗାଁକୁ ଆସିବେ ବୋଲି କଥା ଦେଇଥିଲେ। କାର୍ଯ୍ୟବ୍ୟସ୍ତତା […]

achyuta

achyuta

Subrat Kumar Nayak
  • Published: Tuesday, 30 October 2018
  • Updated: 30 October 2018, 09:07 PM IST

Sports

Latest News

ବଲାଙ୍ଗିର: ଛତିଶଗଡ଼ର ଲାଲ୍‌ କରିଡର୍‌ର କଭରେଜ୍‌ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷ ଆସାଇନମେଣ୍ଟ ହୋଇଗଲା। ଲାଲ୍‌ଗଡ଼ ଦାନ୍ତେୱାଡ଼ାରେ ନକ୍ସଲ ହମଲାରେ ମୃତ ଡିଡିନ୍ୟୁଜ୍ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ଝୁରୁଛି ଗାଁ ମାଟି, ଝୁରୁଛନ୍ତି ସମ୍ପର୍କୀୟ ଏବଂ ମନେ ପକାଉଛନ୍ତି ସାଙ୍ଗସାଥୀ। ତାଙ୍କ ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ସମେତ ସମଗ୍ର ଓଡ଼ିଶାରେ ଏବେ ଶୋକାକୁଳ ପରିବେଶ। ୨ବର୍ଷ ତଳେ ବିବାହ କରିଥିଲେ ଅଚ୍ୟୁତ ଏବଂ ଏଥର ନୂଆଁଖାଇରେ ଗାଁକୁ ଆସିବେ ବୋଲି କଥା ଦେଇଥିଲେ। କାର୍ଯ୍ୟବ୍ୟସ୍ତତା କାରଣରୁ ନୂଆଁଖାଇରେ ଆସିପାରିନଥିବା ଅଚ୍ୟୁତଙ୍କ ଖବର ତ ଆସିଲା, କିନ୍ତୁ ସେ ଖବର ଥିଲା ତାଙ୍କ ଶେଷଯାତ୍ରାର।

[caption id="attachment_294979" align="alignnone" width="750"] ପରିବାରବର୍ଗଙ୍କ ସହିତ ଅଚ୍ୟୁତ[/caption]

ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଖବର ଶୁଣି ସତେ ଯେମିତି ସ୍ତବ୍ଧ ହୋଇଯାଇଛି ଜନ୍ମମାଟି ଘୁଷୁରାମୁଣ୍ଡା ଗାଁ। ଘରର କାନ୍ଥରେ ଏବେ ବି ୨ବର୍ଷ ତଳ ବାହାଘର ବେଳର ସନ୍ତକ ଲିଭିନି। ଗଲା ବର୍ଷ ହିଁ ସାଙ୍ଗସାଥୀଙ୍କୁ ଅଚ୍ୟୁତ କହିଯାଇଥିଲେ ନୂଆଁଖାଇରେ ଗାଁକୁ ଆସିବେ ଏବଂ ମଜା ମଜ୍‌ଲିସ୍‌ରେ ଛୁଟି କାଟିବେ। ହେଲେ ବିଧିର ବିଧାନ ବୋଧେ କିଛି ଅଲଗା ଥିଲା।

ଅଚ୍ୟୁତ ଦିଲ୍ଲୀରେ ରହୁଥିଲେ ଏବଂ ତାଙ୍କ ଅନ୍ୟ ଭାଇ ମାନେ ବି ବାହାରେ ରହୁଛନ୍ତି। ବାପା ମାଆ ଅଯୋଧ୍ୟା ତୀର୍ଥ କରିବାକୁ ଅନ୍ୟ ଜଣେ ଭାଇଙ୍କ ପାଖରେ ଥିବାରୁ ଗାଁ ଘରେ ତାଲା ପଡ଼ିଛି। ଅଚ୍ୟୁତଙ୍କୁ ଅକାଳ ମୃତ୍ୟୁରେ ସ୍ତବ୍ଧ ଗାଁ ଲୋକେ ଲାଲ୍‌ବାହିନୀକୁ ମୂଳପୋଛ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ତାଙ୍କ ସହକର୍ମୀ ବି ଏ ଘଟଣାରେ ମ୍ରିୟମାଣ ହୋଇପଡ଼ିଛନ୍ତି।

[caption id="attachment_294978" align="alignnone" width="750"] ସହକର୍ମୀଙ୍କ ସହିତ ଅଚ୍ୟୁତାନନ୍ଦ[/caption]

ବଲଙ୍ଗିରରେ ଜନ୍ମ ହୋଇଥିଲେ ମଧ୍ୟ ଅଚ୍ୟୁତାନନ୍ଦଙ୍କ ଅଧିକାଂଶ ପ଼ଢ଼ା ଜୀବନ କଟିଥିଲା ସୋନ୍‌ପୁର ଜିଲ୍ଲା ବୀରମହାରାଜପୁରରେ। ପରିବାରର ୪ ପୁଅଙ୍କ ଭିତରେ ସବୁଠୁ ସାନ ଅଚ୍ୟୁତାନନ୍ଦ ଭାରି ଖୁସ୍ ମିଜାସ୍ ଓ ଦୃଢ଼ମନା ବି ଥିଲେ। ଏହା ପଛର ମୁଖ୍ୟ କାରଣ ହେଉଛି ଅଚ୍ୟୁତ ଆଗରୁ ଭାରତୀୟ ସେନାରେ ଚାକିରି କରିଥିଲେ ଏବଂ ସ୍ୱେଚ୍ଛାକୃତଭାବେ ଅବସର ନେଇ ଗାଁକୁ ଫେରିଥିଲେ। ଅବସର ପରେ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢ଼ିବା ପରେ ୨୦୧୩ରୁ ନୂଆଦିଲ୍ଲୀରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି ଏଭଳି ଆକ୍ରମଣ ଆମ ମନୋବଳକୁ ଭାଙ୍ଗି ପାରିବନି।

ସେହିଭଳି ନକ୍ସଲ ଆକ୍ରମଣରେ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ଅନ୍ୟ ୨ ଯବାନଙ୍କ ସହ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କୁ ବି ଗାର୍ଡ ଅଫ୍ ଅନର ଦିଆଯାଇଛି।

ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଅଚ୍ୟୁତାନନ୍ଦଙ୍କ ମରଶରୀରକୁ ଆଜି ଜିଲ୍ଲା ମୁଖ୍ୟାଳୟକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ଅନ୍ୟ ଦୁଇ ସହିଦଙ୍କ ଭଳି ଅଚ୍ୟୁତାନନ୍ଦଙ୍କ କଫିନ୍‌ ଉପରେ ଜାତୀୟ ପତାକା ଘୋଡ଼ାଇ ରଖାଯାଇଥିଲା। ଦାନ୍ତେଓ୍ୱାଡା ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ପୋଲିସ୍ ଅଧିକାରୀ ସେମାନଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଚ୍ୟୁତଙ୍କ ଶୁଭେଚ୍ଛୁ ଏବଂ ତାଙ୍କ ଗଣମାଧ୍ୟମ ବନ୍ଧୁମାନେ ମହମବତୀ ଜାଳି ଅଚ୍ୟୁତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story