ଶୁଣିଲାନି ପ୍ରଶାସନ, ଆଗେଇ ଆସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ମୋହନା (ମହିରି ଯତି): ଗଜପତି ଜିଲ୍ଲା ମୋହନା ବ୍ଲକ ଦେଇ ଅଡ଼ବାରୁ ବିରିକୋଟକୁ ସଂଯୋଗ କରୁଛି ୩୨୬ ନମ୍ବର ରାଜପଥ। ଏହି ରାଜପଥର ୨ କିମି ଦୂରରେ ରହିଛି ଖ୍ରୀଷ୍ଟପୁର ଗାଁ। ଏହି ଗାଁରେ ୧୦୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଖ୍ରୀଷ୍ଟପୁର ଗାଁରୁ ମୁଖ୍ୟ ରାସ୍ତା ଅର୍ଥାତ୍ ୩୨୬ ନମ୍ବର ରାଜପଥକୁ ଆସିବାକୁ ଭଲ ରାସ୍ତାଟିଏ ନାହିଁ। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ […]

road

  • Published: Monday, 03 October 2022
  • , Updated: 03 October 2022, 04:14 PM IST

ମୋହନା (ମହିରି ଯତି): ଗଜପତି ଜିଲ୍ଲା ମୋହନା ବ୍ଲକ ଦେଇ ଅଡ଼ବାରୁ ବିରିକୋଟକୁ ସଂଯୋଗ କରୁଛି ୩୨୬ ନମ୍ବର ରାଜପଥ। ଏହି ରାଜପଥର ୨ କିମି ଦୂରରେ ରହିଛି ଖ୍ରୀଷ୍ଟପୁର ଗାଁ। ଏହି ଗାଁରେ ୧୦୦ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଖ୍ରୀଷ୍ଟପୁର ଗାଁରୁ ମୁଖ୍ୟ ରାସ୍ତା ଅର୍ଥାତ୍ ୩୨୬ ନମ୍ବର ରାଜପଥକୁ ଆସିବାକୁ ଭଲ ରାସ୍ତାଟିଏ ନାହିଁ।

ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଫଳରେ ଗ୍ରାମବାସୀ ନିଜେ ରାସ୍ତା ତିଆର କରିବାକୁ ଚିନ୍ତା କରିଥିଲେ। ଏନେଇ ଗାଁରେ ଏକ ପଲ୍ଲୀ ସଭା କରିଥିଲେ। ସମସ୍ତ ଗ୍ରାମବାସୀ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ମୋରମ କିଣିଥିଲେ। ଦଶହରାରେ ସ୍କୁଲ, କଲେଜ ଓ ଅଫିସ ଛୁଟି ଥିବାରୁ ଏହି ସମୟରେ ରାସ୍ତା ତିଆରି କରିବା ପାଇଁ ସେମାନେ ସ୍ଥିର କରିଥିଲେ। ଆଉ ଆଜି ମହାଷ୍ଟମୀରେ ଗ୍ରାମବାସୀ ମାଟି ଓ ମୋରମ ପକାଇ ରାସ୍ତାକୁ ମରାମତି କରିଛନ୍ତି। ସେମାନଙ୍କ ସହିତ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ବି ସାମିଲ ହୋଇଥିଲେ।

[caption id="attachment_771021" align="aligncenter" width="650"] ଶୁଣିଲାନି ପ୍ରଶାସନ, ଆଗେଇ ଆସିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ[/caption]

ଗାଁରେ ଥିବା ରାସ୍ତାଟି ମରଣ ଯନ୍ତା ପାଲଟିଥିଲା। ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ବଡ଼ ବଡ଼ ପଥର ଗୁଡ଼ିକ ବିପଜ୍ଜନକ ଭାବେ ରହିଥିଲା। ବର୍ଷା ହେଲେ ଅବସ୍ଥା ଆହୁରି ସାଂଘାତିକ ହେଉଥିଲା। ତେଣୁ ଲୋକେ ଯା’ଆସରେ ଭାରି ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ଖରାପ ଥିବାରୁ କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିଲା।

ଜଣେ ଗ୍ରାମବାସୀ କହିଛନ୍ତି,  ଆମ ଗାଁ ରାସ୍ତା କରିବା ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲୁ। ଆମ କଥା କେହି ଶୁଣି ନଥିଲେ। ଶେଷରେ ଆମେ ଗାଁ ଲୋକେ ମିଶି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛୁ।

 

 

 

 

 

Related story