ରଥକାଠ ଅଟକାଇଲେ ଗାଁ ଲୋକ
- Published: Monday, 05 March 2018
- , Updated: 05 March 2018, 10:42 PM IST
<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ରଥକାଠ ଅଟକାଇଲେ ଗାଁ ଲୋକ। ମୋବାଇଲ୍ ଟାୱାର, ମେଡିକାଲ ଓ ଅନ୍ୟାନ୍ୟ ଦାବିରେ ଦଶପଲ୍ଲା ଥାନା କଳସଖମଣ ଓ ନୂଆଗାଁ ଲୋକେ ରଥକାଠକୁ ଅଟକାଇ ଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟକ ରହିଥିଲେ। ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।</p>
<p>ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ ଖଣ୍ଡରୁ ରଥ କାଠ ଆସିଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି କାଠ ଆସୁଥିଲା। ଗାଁ ଲୋକେ ଜାଣିପାରି ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ଅଟକାଇ ଥିଲେ।</p>