‘କରୋନା’ ଭୟରେ ଗର୍ଭବତୀଙ୍କ ମୃତଦେହକୁ ଗାଁ ଲୋକ ପୂରାଇଦେଲେନି, ମାନବିକତା ଦେଖାଇଲା ଓକିଲ ସଂଘ

ସୋର (ଶଶୀକାନ୍ତ ବେହେରା): ‘କରୋନା’ ଭୟରେ ଗର୍ଭବତୀଙ୍କ ମୃତଦେହ ଗାଁକୁ ଆସିବାକୁ ଦେଲେନି ଲୋକ। ଏପରି ସମୟରେ ମାନବିକତା ଦେଖାଇଲେ ଓକିଲ ସଂଘ। ଶ୍ମଶାନରେ ଶବ ସତ୍କାର କଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ ଏକତାଳି ଗାଁର ରାମଚନ୍ଦ୍ର ହାଁସଦାଙ୍କ ସ୍ତ୍ରୀ ସୁନିତା ବାସ୍କେ ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଗର୍ଭବତୀ ଥିବାରୁ ପ୍ରସବକାଳିନ ଛୁଟିରେ ସେ ସ୍ୱାମୀଙ୍କ କର୍ମସ୍ଥଳୀ ବାଲେଶ୍ୱର ଜିଲ୍ଲା […]

death

Manoranjan Sial
  • Published: Thursday, 16 April 2020
  • , Updated: 16 April 2020, 09:48 PM IST

ସୋର (ଶଶୀକାନ୍ତ ବେହେରା): ‘କରୋନା’ ଭୟରେ ଗର୍ଭବତୀଙ୍କ ମୃତଦେହ ଗାଁକୁ ଆସିବାକୁ ଦେଲେନି ଲୋକ। ଏପରି ସମୟରେ ମାନବିକତା ଦେଖାଇଲେ ଓକିଲ ସଂଘ। ଶ୍ମଶାନରେ ଶବ ସତ୍କାର କଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି।

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ ଏକତାଳି ଗାଁର ରାମଚନ୍ଦ୍ର ହାଁସଦାଙ୍କ ସ୍ତ୍ରୀ ସୁନିତା ବାସ୍କେ ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଗର୍ଭବତୀ ଥିବାରୁ ପ୍ରସବକାଳିନ ଛୁଟିରେ ସେ ସ୍ୱାମୀଙ୍କ କର୍ମସ୍ଥଳୀ ବାଲେଶ୍ୱର ଜିଲ୍ଲା ସୋରକୁ ଆସିଥିଲେ। ଆଜି ଭୋରୁ ଶ୍ରୀମତୀ ବାସ୍କେ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ମିଶ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀମତୀ ବାସ୍କେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ସ୍ୱାମୀ ରାମଚନ୍ଦ୍ର ସୋର ଥାନାରେ ଅଭିଯୋଗ କରିଥିଲେ। ଚିକିତ୍ସା ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଏତଲାରେ ଦର୍ଶାଇଥିଲେ।

ସୋର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପରିବାର ଲୋକ ମୃତଦେହକୁ ଧରି ଗାଁକୁ ଯିବା ପାଇଁ ବ୍ୟବସ୍ଥା କରୁଥିଲେ। ତେବେ ଗାଁ ଲୋକେ ଏକଥା ଜାଣିପାରି ମୃତଦେହ ଗାଁକୁ ନଆଣିବା ପାଇଁ ରୋକଠୋକ ଶୁଣାଇ ଦେଇଥିଲେ। ଯଦି ମୃତଦେହ ଗାଁକୁ ଆସିବ, ତାହାହେଲେ ଉକ୍ତ ପରିବାରକୁ ବାସନ୍ଦ କରାଯିବ ବୋଲି ଧମକ ଦେଇଥିଲେ। କରୋନା ଭୟରେ ଗାଁ ଲୋକେ ଏପରି କରିଥିବା ଶୁଣିବାକୁ ମିଳୁଛି। ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ।

ରାମଚନ୍ଦ୍ରଙ୍କ ଏହି ଦୁଃଖର ବେଳାରେ ସୋର ଆଇନ୍‌ଜୀବୀ ସଂଘ ଆଗେଇ ଆସିଥିଲେ। ସଂଘର କର୍ମକର୍ତ୍ତାମାନେ ଟ୍ରେଜେରୀ ପଛ ପାର୍ଶ୍ୱରେ ଥିବା ଶ୍ମଶାନରେ ଶବ ସତ୍କାର କରିଥିବା ଜଣାପଡ଼ିଛି।

Related story