ହାତେଇ ନେଲେ ଥିଲାବାଲା, ଦାବି ଜଣାଇବାକୁ ଚିଲିକା ଭିତରେ ହିତାଧିକାରୀ

କୃଷ୍ଣପ୍ରସାଦ(ନୀଳକଣ୍ଠ): ଥିଲାବାଲା ବାତ୍ୟା ନିରୋଧକ ଘର ହାତେଇ ନେଲେ। ହେଲେ ପ୍ରକୃତ ହିତାଧିକାରୀ ସେମିତି ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଛନ୍ତି। ସେମାନେ ବାରମ୍ୱାର ପ୍ରଶାସନ ପାଖକୁ ଦୌଡ଼ି ନୟାନ୍ତ ହେବା ପରେ ଆଜି ପୁରୀ ଜିଲ୍ଲାପାଳଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଚିଲିକା ଭିତରେ ପଶି ଯାଇଥିଲେ। ଠିକଣା ସମୟରେ ପ୍ରଶାସନିକ ଅଧିକାରୀମାନେ ଡଙ୍ଗା ସାହାଯ୍ୟ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଛନ୍ତି। ଆଜି ଏପରି ଘଟଣା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ […]

Chilika

Manoranjan Sial
  • Published: Tuesday, 27 July 2021
  • , Updated: 27 July 2021, 08:40 PM IST

କୃଷ୍ଣପ୍ରସାଦ(ନୀଳକଣ୍ଠ): ଥିଲାବାଲା ବାତ୍ୟା ନିରୋଧକ ଘର ହାତେଇ ନେଲେ। ହେଲେ ପ୍ରକୃତ ହିତାଧିକାରୀ ସେମିତି ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଛନ୍ତି। ସେମାନେ ବାରମ୍ୱାର ପ୍ରଶାସନ ପାଖକୁ ଦୌଡ଼ି ନୟାନ୍ତ ହେବା ପରେ ଆଜି ପୁରୀ ଜିଲ୍ଲାପାଳଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଚିଲିକା ଭିତରେ ପଶି ଯାଇଥିଲେ। ଠିକଣା ସମୟରେ ପ୍ରଶାସନିକ ଅଧିକାରୀମାନେ ଡଙ୍ଗା ସାହାଯ୍ୟ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଛନ୍ତି। ଆଜି ଏପରି ଘଟଣା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଘଟିଛି।

ଚାରି ପାର୍ଶ୍ୱରେ ଚିଲିକାର ଜଳ ରାଶି। ମଝିରେ ରହିଛି କୃଷ୍ଣପ୍ରସାଦ ବ୍ଲକ୍‌। ବାତ୍ୟା ଫାଇଲିନ୍‌ରେ ଏହି ବ୍ଲକର ୧୪ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଗରିବଙ୍କ ମୁଣ୍ଡ ଉପରୁ ଛାତ ଉଡି ଯାଇଥିଲା। ସେମାନଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇବା ଲକ୍ଷ୍ୟରେ ୨୦୧୩ ମସିହାରେ ବାତ୍ୟା ନିରୋଧକ ଘର ନିର୍ମାଣ ଆରମ୍ଭ କରାଯାଇଥିଲା। ହେଲେ ଏଥିରେ ମଧ୍ୟ ପାତର ଅନ୍ତର କରାଗଲା। ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଥିଲାବାଲା ଘର ହାତେଇ ନେଲେ। ଯେଉଁଥିପାଇଁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ମାମଲା ଯାଇ ପହଞ୍ଚିଥିଲା ଓଡ଼ିଶା ହାଇକୋର୍ଟରେ।

ହାଇକୋର୍ଟ ମାମଲାର ବିଚାର କରି ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲା ନାହିଁ ପ୍ରଶାସନ। ଏହାର ପ୍ରତିବାଦରେ ମାର୍ଚ୍ଚ ୧୭ ତାରିଖରେ ହିତାଧିକାରୀମାନେ କୃଷ୍ଣପ୍ରସାଦ ବ୍ଲକ ଅଫିସ୍‌ ଆଗରେ ଧାରଣାରେ ବସିଥିଲେ। ୩ ଦିନ ଧରି ବସିବା ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ସହିତ ଆଲୋଚନା କରିନଥିଲେ।

ଶେଷରେ କିଛି ଉପାୟ ନପାଇ ମାର୍ଚ୍ଚ ୧୯ ତାରିଖରେ ହିତାଧିକାରୀମାନେ ଧାରଣା ସ୍ଥଳରୁ ଉଠି ପୁରୀ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ। ଜହ୍ନିପାଳଠାରେ ସେମାନଙ୍କୁ କୃଷ୍ଣପ୍ରସାଦ ବିଡିଓ ଓ ଅଧିକାରୀମାନେ ଅଟକାଇ ଥିଲେ। ମାସେ ଭିତରେ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ମାସେ ପୂରଣ ହୋଇଗଲାଣି। ହେଲେ ପ୍ରକୃତ ହିତାଧିକାରୀଙ୍କ ଦାବି ପୂରଣ ହୋଇନାହିଁ।

ଆଜି ହିତାଧିକାରୀମାନେ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଚିଲିକା ଭିତରେ ପଶିଥିଲେ। ନିଜର ନାର୍ଯ୍ୟ ଦାବି ବାତ୍ୟା ନିରୋଧକ ବାସଗୃହ ଖଣ୍ଡକ ପାଇବା ପାଇଁ ସେମାନେ ଚିଲିକା ଭିତରେ ୫ କିମି ପର୍ଯ୍ୟନ୍ତ ଯାଇଥିଲେ। ବର୍ତ୍ତମା ସମୟରେ ଚିଲିକାରେ ଅଧିକ ମାତ୍ରାରେ ପାଣିଥିବାରୁ କୌଣସି ଅଘଟଣ ଘଟିନାହିଁ। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଆଟକାଇ ଡ଼ଙ୍ଗା ମାଧ୍ୟମରେ କୂଳକୁ ଆଣିଥିଲେ। ମାସେ ଭିତରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related story