ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ; ପଚାରିଲେ-ଗାଳି ଦେଉଛନ୍ତି ଦିଦି!

ଆଳି (ବନମାଳୀ ସାହୁ): ୬ ମାସ ହେଲା ଛୋଟ ଛୋଟ ପିଲାଙ୍କୁ ମିଳୁନଥିଲା ମଧ୍ୟାହ୍ନ ଭୋଜନ। ଏ ସମ୍ପର୍କରେ ଗାଁ ଲୋକେ ପଚାରିଲେ, ଅଙ୍ଗନବାଡ଼ି ଦିଦି ଗାଳି ଦେଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଞ୍ଚଳରୁ ଆସିଛି। ଆଜି ଗାଁର ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ରାଜକନିକା ବ୍ଲକ କାଳୀସିପଡାରେ ରହିଛି ଗୋଟିଏ ଅଙ୍ଗନବାଡି କେନ୍ଦ୍ର। ପିମ୍ପୁଡି ଗାଁର ୧୧ ନମ୍ବର ୱାର୍ଡ ଓ କାଳୀସୀପଡ଼ା ଗ୍ରାମର ୧୨ […]

Kendrapara

Kendrapara

Manoranjan Sial
  • Published: Thursday, 21 July 2022
  • Updated: 21 July 2022, 08:28 PM IST

Sports

Latest News

ଆଳି (ବନମାଳୀ ସାହୁ): ୬ ମାସ ହେଲା ଛୋଟ ଛୋଟ ପିଲାଙ୍କୁ ମିଳୁନଥିଲା ମଧ୍ୟାହ୍ନ ଭୋଜନ। ଏ ସମ୍ପର୍କରେ ଗାଁ ଲୋକେ ପଚାରିଲେ, ଅଙ୍ଗନବାଡ଼ି ଦିଦି ଗାଳି ଦେଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଞ୍ଚଳରୁ ଆସିଛି। ଆଜି ଗାଁର ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି।

ରାଜକନିକା ବ୍ଲକ କାଳୀସିପଡାରେ ରହିଛି ଗୋଟିଏ ଅଙ୍ଗନବାଡି କେନ୍ଦ୍ର। ପିମ୍ପୁଡି ଗାଁର ୧୧ ନମ୍ବର ୱାର୍ଡ ଓ କାଳୀସୀପଡ଼ା ଗ୍ରାମର ୧୨ ନମ୍ବର ୱାର୍ଡର ପିଲାମାନେ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ିବା ପାଇଁ ଆସୁଥିଲେ। ହେଲେ ଦୁଃଖର ବିଷୟ ଏହି କେନ୍ଦ୍ରକୁ ଆସୁଥିବା ପିଲାଙ୍କୁ ଗତ ୬ ମାସ ହେଲା ମଧ୍ୟାହ୍ନ ଭୋଜନ ମିଳୁନି। ଗର୍ଭବତୀ ଓ ପିଲାଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ ମଧ୍ୟ ମିଳୁନାହିଁ।

ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ପିଲାଙ୍କୁ କ’ଣ ପାଇଁ ମଧ୍ୟାହ୍ନ ଭୋଜନ ଦିଆଯାଉ ନାହିଁ? ଏ ସମ୍ପର୍କରେ ଗାଁ ଲୋକେ ପଚାରିଲେ ଅଙ୍ଗନବାଡି ଦିଦି ରାଗି ଯାଉଥିଲେ। ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକେ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସୁପରଭାଇଜର ଗାଁକୁ ବୁଝାସୁଝା କରିଥିଲେ। ମାତ୍ର ସମାଧାନର ରାସ୍ତା ବାହାରି ପାରିନଥିଲା।

ଅଙ୍ଗନବାଡ଼ି ସୁପରଭାଇଜରଙ୍କଠାରୁ ନିରାଶ ହୋଇ ଗାଁ ଲୋକେ ରାଜକନିକା ସିଡିପିଓ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ମିଳିଲା ନାହିଁ। ସବୁଆଡୁ ନିରାଶ ହେବା ପରେ ଗାଁର ମହିଳାମାନେ ଆଜି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos