ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କୁ କଡ଼ା ବିରୋଧ କରାଯାଇଛି। ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଜଣେ ନକ୍ସଲ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ନକ୍ସଲମାନେ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗାଁ ଲୋକଙ୍କୁ କହିଥିଲେ। ହେଲେ ଗାଁଲୋକେ ନକ୍ସଲଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ନକ୍ସଲମାନେ ଗୁଳି ଚାଳନା କରିବାରୁ ଗାଁ ଲୋକେ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନକ୍ସଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ଉଭୟ ମୃତ ଓ ଗୁରୁତର ନକ୍ସଲଙ୍କୁ ହାନ୍ତାଳଗୁଡ଼ା ବିଏସ୍ଏଫ୍ କ୍ୟାମ୍ପରେ ହସ୍ତାନ୍ତର କରିଛନ୍ତି।
କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା। ଯାହାକୁ ନକ୍ସଲମାନେ କଡ଼ା ବିରୋଧ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଗାଁଲୋକ ନକ୍ସଲଙ୍କୁ ଆକ୍ରମଣ କରିବା ପ୍ରଥମ ଘଟଣା ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ରବିବାର ସକାଳ ଯାଏଁ ବର୍ଷା; ଜାଣନ୍ତୁ, କେବେ କେଉଁଠି ହେବ
ଆଗାମୀ ୪ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ। କିନ୍ତୁ ତା’ପରେ ୨ରୁ ୪ ଡିଗ୍ରୀ କମିବ।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।