ପରମ୍ପରା ଆଗରେ ହାରିଲା ମାନବିକତା: ୩ ଦିନ ଧରି ମୃତଦେହ ଉଠାଇଲେନି ସାହି-ଭାଇ

ବାରିପଦା (ମାଣିକଲାଲ୍‌ ପାଣି): ନିଜ ଖୁଡ଼ିଙ୍କ ମୃତଦେହ ଘରେ ପଡ଼ିଛି। ସେପଟେ ପଣ ପାଇଁ ଜିଦ୍‌ ଧରି ବସିଛନ୍ତି ପୁତୁରା ରୁହିଆ ମୁର୍ମୁ ଓ ସାହି-ଭାଇ। ପଣ (ଜୋରିମାନା) ଦେଲେ ଯାଇ ମୃତଦେହ ଉଠାଇବୁ। ନହେଲେ ଉଠାଇବୁ ନାହିଁ। ଛେଳି, କୁକୁଡ଼ା, ହାଣ୍ଡିଆ ହାଣ୍ଡି ଓ ଚାଉଳ ବାବଦକୁ ଅର୍ଥ ନଥିବାରୁ ତିନି ଦିନ ଧରି ମୃତଦେହ ପଡ଼ି ରହିଲା। ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିର ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ। କୁଚେଇ […]

dead-body-1..1

dead-body-1..1

Niharika Rout
  • Published: Friday, 16 August 2019
  • Updated: 16 August 2019, 08:53 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ନିଜ ଖୁଡ଼ିଙ୍କ ମୃତଦେହ ଘରେ ପଡ଼ିଛି। ସେପଟେ ପଣ ପାଇଁ ଜିଦ୍‌ ଧରି ବସିଛନ୍ତି ପୁତୁରା ରୁହିଆ ମୁର୍ମୁ ଓ ସାହି-ଭାଇ। ପଣ (ଜୋରିମାନା) ଦେଲେ ଯାଇ ମୃତଦେହ ଉଠାଇବୁ। ନହେଲେ ଉଠାଇବୁ ନାହିଁ। ଛେଳି, କୁକୁଡ଼ା, ହାଣ୍ଡିଆ ହାଣ୍ଡି ଓ ଚାଉଳ ବାବଦକୁ ଅର୍ଥ ନଥିବାରୁ ତିନି ଦିନ ଧରି ମୃତଦେହ ପଡ଼ି ରହିଲା। ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିର ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ।

କୁଚେଇ ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଛି କାନ୍ଦରା ସୋରେନଙ୍କ ଘର। ସେ ଅନ୍ୟ ଜାତିରୁ ପାର୍ବତୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ସେତେବେଳେ କାନ୍ଦରା ସାହି-ଭାଇଙ୍କୁ 'ପଣ' ଦେଇନଥିଲେ। ଯେଉଁଥିପାଇଁ ସାହି-ଭାଇଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା। ତେବେ ଗତ ବୁଧବାର ମଧ୍ୟରାତ୍ରିରେ ରୋଗୀଣା ପାର୍ବତୀଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଉଠାଇବା ପାଇଁ କାନ୍ଦରା ସାହି-ଭାଇଙ୍କୁ ଡାକିଥିଲେ। କିନ୍ତୁ ସାହି-ଭାଇ ମୃତଦେହ ଉଠାଇବା ପରିବର୍ତ୍ତେ ଭିନ୍ନ ଜାତିରୁ ବିବାହ କରିଥିବାରୁ 'ପଣ' ଦେବାକୁ ଦାବି କରିଥିଲେ। 'ପଣ' ପୂରଣ ପାଇଁ ଗୋଟିଏ ଛେଳି, ୩ଟି କୁକୁଡ଼ା, ୨ଟି ହାଣ୍ଡିଆ ପୂର୍ଣ୍ଣ ହାଣ୍ଡି ଓ ୧୫ କିଲୋ ଚାଉଳ ବାବଦକୁ ୪୦ ହଜାର ଟଙ୍କା ଦେବାକୁ କାନ୍ଦରାଙ୍କୁ କହିଥିଲେ। ବହୁ ମୂଲଚାଲ୍‌ ପରେ ଅନ୍ତତଃ ୧୦ ହଜାର ଟଙ୍କା ଦେବାକୁ ସାହି-ଭାଇମାନେ ସ୍ଥିର କରିଥିଲେ। ତେବେ ମୂଲ ମଜୁରୀ କରି ଚଳୁଥିବା କାନ୍ଦରାଙ୍କ ପାଇଁ ଏହା ସମ୍ଭବପର ହୋଇନଥିଲା। ଏତେ ଟଙ୍କା ଦେଇପାରିବି ନାହିଁ ବୋଲି ସେ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁ ଲୋକେ ମୃତଦେହ ଉଠାଇବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ଯାହାଫଳରେ ଦୀର୍ଘ ୩ ଦିନ ଧରି ମୃତଦେହ ଘର ବାରଣ୍ଡାରେ ପଡ଼ି ରହିଥିଲା। ଯେତେ ନେହୁରା ହୋଇଥିଲେ ମଧ୍ୟ କାନ୍ଦରାଙ୍କ କଥା କେହି ଶୁଣିନଥିଲେ। ଏପରିକି ଗାଁ ଲୋକେ ଶବ ସତ୍କାର କରିବାକୁ ମଧ୍ୟ ତାଙ୍କୁ ଛାଡ଼ିନଥିଲେ।

ଶେଷରେ ପୁଲିସ ଖବର ପାଇଁ ଗାଁରେ ପହଞ୍ଚିଥିଲା। ପ୍ରଥମେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ପୁଲିସ ଅଧିକାରୀ। ବୁଝାସୁଝା ପରେ ପୁଲିସ ପାର୍ବତୀଙ୍କ ମୃତଦେହ ଉଦ୍ଧାର କରି ବାରିପଦା ମେଡ଼ିକାଲ୍‌ କଲେଜକୁ ଆଣିଥିଲା। ଶବ ବ୍ୟବଚ୍ଛେଦ ପରେ ନିକଟସ୍ଥ ଏକ ଶ୍ମଶାନରେ ଶବଦାହ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story