ଫୋନି ତାଣ୍ଡବ: ପାଣି ପାଇଁ ସାଧାରଣ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କୁ ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା ନାହିଁ । କାରଣ ବାବୁଙ୍କ ସରକାରୀ କ୍ୱାର୍ଟର୍ସକୁ ଦିନ ରାତି ବୁହା ହେଉଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ବାତ୍ୟା ପରର ବେଦନା ଭିତରେ ବି ଚାଲିଛି […]

yhk

Tapas Behera
  • Published: Tuesday, 07 May 2019
  • , Updated: 07 May 2019, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା ନାହିଁ । କାରଣ ବାବୁଙ୍କ ସରକାରୀ କ୍ୱାର୍ଟର୍ସକୁ ଦିନ ରାତି ବୁହା ହେଉଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ବାତ୍ୟା ପରର ବେଦନା ଭିତରେ ବି ଚାଲିଛି ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ।

ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ପାଣି ପାଇଁ ହାହାକାର ସ୍ଥିତି ଭିତରେ ରାଜଧାନୀରେ ଚାଲିଛି ସରକାରଙ୍କ ଭିଆଇପି ଟ୍ରିଟ୍‌ମେଣ୍ଟ। କ୍ୟାପିଟାଲ୍ ଛକରୁ ଶିଶୁ ଭବନ ଛକ ଭିତରେ ଅଧିକାଂଶ ବରିଷ୍ଠ ଆଇଏଏସ ଅଧିକାରୀ ରହୁଛନ୍ତି। ଯାହାଙ୍କ ଘରକୁ ଟ୍ୟାଙ୍କର ବୋହି ପାଣି ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ । ସରକାରୀ କ୍ୱାଟର୍ସ ଗୁଡ଼ିକରେ ପାଣି ଅନଲୋଡ଼ କରି ଅନାୟାସରେ ଫେରିଯାଉଛି ଗାଡ଼ି।

ଏ କ୍ୱାର୍ଟର୍ସରୁ ସେ କ୍ୱାର୍ଟର୍ସକୁ ବୁଲି ବୁଲି ଜନସ୍ୱାସ୍ଥ୍ୟ ବିଭାଗର ଟ୍ୟାଙ୍କର ପାଣି ଯୋଗାଇ ଚାଲିଛି। ଫୋନି ବାତ୍ୟା ପରଠୁ କାହା ଘର ସମ୍ପରୁ ପାଣି ସରିଗଲାଣି ତ’ ଆଉ କାହାର ଟାଙ୍କି ଖାଲି ହୋଇପଡ଼ିଲାଣି। ଏଭଳି ସ୍ଥିତିରେ କେଉଁଠି କେଉଁଠି ଟ୍ୟୁବ୍‌ୱେଲ ବି ଅଚଳ ହୋଇପଡ଼ିଛି । ପରିଣାମ ସ୍ୱରୁପ ଲୋକଙ୍କ ପାଣି ଟାଙ୍କି ଭର୍ତ୍ତି କରିବାକୁ ରାଜଧାନୀରେ ହଜାର ହଜାର ଟଙ୍କା ଭଡ଼ା ନେଉଛନ୍ତି ଜେନେରେଟର୍ ମାଲିକ। ତା’ବି ସହଜରେ ମିଳିବା ମୁସ୍କିଲ । ତେବେ ପାଣି ମୁନ୍ଦାଏ ପାଇଁ ଜାରି ରହିଥିବା ଏଭଳି ସଂଘର୍ଷ ଆଉ ଯୁଦ୍ଧ ଭିତରେ ସରକାରୀ ବାବୁଙ୍କ ପ୍ରତି ଏ ସ୍ପେଶିଆଲ୍ ଟ୍ରିଟ୍‌ମେଣ୍ଟ ଏବେ ବିପର୍ଯ୍ୟୟ ବେଳେ ବି ଭିଆଇପି କଲ୍ଚର୍ କୁ ପ୍ରୋତ୍ସାହିତ କରୁନି କି ?

Related story