ରାଜ୍ୟ ପୋଲିସକୁ ଅଶ୍ଲୀଳ ଭାଇରାଲ ଭିଡିଓ ଚିନ୍ତା

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 09:34 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟ ପୋଲିସ ପାଇଁ ଚିନ୍ତାଜନକ ହୋଇଛି ଭାଇରାଲ୍ ଅଶ୍ଳିଳ ଭିଡିଓ ସାଙ୍ଗକୁ ସାଇବର କ୍ରାଇମ୍ । ଅତ୍ୟାଧୁନିକ ଜ୍ଞାନକୌଶଳରେ କିଭଳି ଏହାକୁ ରୋକାଯାଇ ପାରିବ ତାକୁ ନେଇ ବରିଷ୍ଠ ଆଇପିଏସ୍ ସମ୍ମିଳନୀରେ ଦିଆଯାଇଛି ଗୁରୁତ୍ୱ । ତା&rsquo;ସହ ଆଇନ ଶୃଙ୍ଖଳା, ମାଓଦମନ ଉପରେ ବି ହୋଇଛି ଆଲୋଚନା। &nbsp;ପ୍ରତି ଜିଲ୍ଲାରେ ମଡେଲ ପୋଲିସ ଷ୍ଟେସନ, ପୀଡିତାଙ୍କ ଲାଗି କାଉନସେଲିଂ ସେଣ୍ଟର ଓ ଲୋକଙ୍କ ନିକଟତର ହେବାକୁ ପୋଲିସକୁ ସମ୍ମିଳନୀରେ ଦିଆଯାଇଛି ଆହ୍ୱାନ। କେମିତି ଜୋରଦାର ହେବ ମାଓ ଦମନ ଅଭିଯାନ ଓ କିଭଳି ଶକ୍ତିଶାଳୀ ହେବ ଗରିଲା ଯୁଦ୍ଧ, ତା ଉପରେ ଥିଲା ପ୍ରଥମ ଦିନର ଫୋକସ୍ ।</p> <p>ମାଓ ଅଞ୍ଚଳରେ ଲକ୍ଷ୍ୟଚ୍ୟୁତ ଯୁବକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ପୋଲିସ ସେମାନଙ୍କ ନିକଟତର ହେବାକୁ ଦିଆଯାଇଛି ପରାମର୍ଶ । &nbsp;ସଂପ୍ରତି ବଢି ଚାଲିଥିବା ଅଶ୍ଳୀଳ ଭିଡିଓ ଭାଇରାଲ ସହ ସାଇବର ଅପରାଧ ରୋକିବାକୁ ଅତ୍ୟାଧୁନିକ କୌଶଳ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ଡିଜିପି ।</p> <p>ଏହାଛଡ଼ା ଅପରାଧ ନିୟନ୍ତ୍ରଣ ସହ ଦଣ୍ଡବିଧାନ ହାର ବୃଦ୍ଧି ପ୍ରତି ଯତ୍ନବାନ ହେବାକୁ ଅଫିସରକୁ ଦେଇଛନ୍ତି ଆହ୍ୱାନ। ତା&rsquo;ସହ ନିର୍ଯାତନା ଓ ବ୍ୟଭିଚାରର ଶିକାର ହେଉଥିବା ପୀଡିତାଙ୍କ ପାଇଁ ପ୍ରତି ଜିଲ୍ଲାରେ କାଉନସେଲିଂ ସେଣ୍ଟର ସହ ମଡେଲ ଥାନା କରିବାକୁ ଆଇପିଏସ୍ ସମ୍ମିଳନୀରେ ହୋଇଛି ଆଲୋଚନା। ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ତିନି ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ମୋଟ୍ ୧୩୮ ଅଇପିଏସ ଅଧିକାରୀ ସାମିଲ ହୋଇଛନ୍ତି । ଯେଉଁଥିରେ ସବୁ ଜିଲ୍ଲାର ଏସପି ରେଞ୍ଜ ଆଇଜି, ଡିଆଇଜି, ପୋଲିସ କମିଶନରଙ୍କ ଜେଲ୍ ବିଭାଗ ଓ ଅଗ୍ନିଶମ ବିଭାଗର ଆଇଜି ପ୍ରମୁଖ ଉପସ୍ଥିତ ଥିଲେ।</p>

Related story