ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା ଖଣ୍ଡପଡ଼ା ଥାନା ଅଧିକାରୀଙ୍କ ଅଭିଯୋଗ: ତାଙ୍କୁ ଫସା ଯାଇଛି, ଫସାଇଥିବା ବ୍ୟକ୍ତିଙ୍କ ପାଇଁ ଚାପ ପକାଇଥିଲେ ଆଇଜି ଆର୍.ପି. କୋଚେ

ଭୁବନେଶ୍ୱର: ଅଡୁଆରେ ପଡ଼ି ଯାଇଛନ୍ତି କେନ୍ଦ୍ରାଞ୍ଚଳ ରେଞ୍ଜ୍ ଆଇଜି ଆର୍.ପି କୋଚେ। ଲାଞ୍ଚ ନେବା ଅଭିଯୋଗରେ ଗିରଫ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଆଇଆଇସି ରାଜେନ୍ଦ୍ର ମଣ୍ଡଳ ଯେ ତାଙ୍କୁ ଫସାଇ ଦିଆଯାଇଛି ଏବଂ ଯେଉଁ ବ୍ୟକ୍ତି ଏଭଳି କରିଛି ତା’ ପାଇଁ ପୂର୍ବରୁ ଫୋନ୍ କରି ଚାପ ପକାଇଥିଲେ ଆଇଜି କୋଚେ। ଏକ ଚେକ୍ ବାଉନସ୍ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜେନ୍ଦ୍ରଙ୍କୁ ଧରିଛି ଭିଜିଲାନ୍ସ। ତେବେ ଖଣ୍ଡପଡା ଥାନା ଆଇଆଇସି […]

loche

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 02:42 PM IST

[caption id="attachment_45998" align="alignleft" width="150"] ଗିରଫ ଖଣ୍ଡପଡ଼ା ଆଇଆଇସି ରାଜେନ୍ଦ୍ର ମଣ୍ଡଳ[/caption]

ଭୁବନେଶ୍ୱର: ଅଡୁଆରେ ପଡ଼ି ଯାଇଛନ୍ତି କେନ୍ଦ୍ରାଞ୍ଚଳ ରେଞ୍ଜ୍ ଆଇଜି ଆର୍.ପି କୋଚେ। ଲାଞ୍ଚ ନେବା ଅଭିଯୋଗରେ ଗିରଫ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଆଇଆଇସି ରାଜେନ୍ଦ୍ର ମଣ୍ଡଳ ଯେ ତାଙ୍କୁ ଫସାଇ ଦିଆଯାଇଛି ଏବଂ ଯେଉଁ ବ୍ୟକ୍ତି ଏଭଳି କରିଛି ତା’ ପାଇଁ ପୂର୍ବରୁ ଫୋନ୍ କରି ଚାପ ପକାଇଥିଲେ ଆଇଜି କୋଚେ।

ଏକ ଚେକ୍ ବାଉନସ୍ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜେନ୍ଦ୍ରଙ୍କୁ ଧରିଛି ଭିଜିଲାନ୍ସ। ତେବେ ଖଣ୍ଡପଡା ଥାନା ଆଇଆଇସି କିନ୍ତୁ କହୁଛନ୍ତି ତାଙ୍କ ଫସାଇ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ପତିତପାବନ ସ୍ୱାଇଁ ନାମକ ବ୍ୟକ୍ତି କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଆରପି କୋଚେଙ୍କ ନାଁ ନେଇ ଚାପ ପକାଉଥିଲା। ତାଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତି ୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲା। ଏଇ ଘଟଣାରେ ଅଭିଯୁକ୍ତକୁ ଖଣ୍ଡପଡା ପୋଲିସ ଗିରଫ ବି କରିଥିଲା। ପତିତପାବନ ୨ ଲକ୍ଷ ଟଙ୍କା ଫେରି ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବାରମ୍ୱାର ଆଉ ଟଙ୍କା ପାଇଁ ଚାପ ପକାଉଥିଲେ। ଏପିରିକି ଏଥିପାଇଁ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଆର.ପି କୋଚେ ତାଙ୍କୁ ଫୋନ୍ କରିଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆଇଜି କୋଚେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୂରା ଘଟଣା ସଂପର୍କରେ ତାଙ୍କ ପାଖରେ ସୂଚନା ନାହିଁ। ତେବେ ଜନଶୁଣାଣି ବେଳେ ଅନେକ ଲୋକ ଅନେକ ଅଭିଯୋଗ ନେଇ ଆସି ଥାଆନ୍ତି। ଅନେକ ସମୟରେ ସେ ଜିଲ୍ଲାର ଏସପିମାନଙ୍କ ସହିତ ବିଭିନ୍ନ ଥାନା ଅଧିକାରୀମାନଙ୍କୁ ଫୋନ୍ କରି ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇ ଥାଆନ୍ତି। ତେବେ ସେ କାହା ପାଇଁ ଚାପ ପକାଇ ନାହାନ୍ତି।

Related story