ସାବାସ୍‌ ସ୍ୱେଚ୍ଛାସେବୀ: ରଥଯାତ୍ରାର ଜନସମୁଦ୍ରରେ ଆମ୍ବୁଲାନ୍ସ ପାଇଁ ତିଆରି କଲେ ରାସ୍ତା

ଭୁବନେଶ୍ୱର: ମାତ୍ର କିଛି ସେକେଣ୍ଡ ଡେରି ହେଲେ ଜୀବନ ଚାଲିଯିବାର ସମ୍ଭବନା ଥିବାରୁ ଆମ୍ବୁଲାନ୍ସ ପାଇଁ ପ୍ରତିଟି ସେକେଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତା’ଛଡ଼ା ହାତଗଣତି କିଛି ଯାନବାହାନକୁ ଏଡ଼ାଇ ଆମ୍ବୁଲାନ୍ସ ଟ୍ରାଫିକ୍‌ ପାର୍‌ ହେବା ହେବା କେତେ ଯେ କଷ୍ଟକର ହୋଇପଡ଼େ ସମସ୍ତେ ଜାଣନ୍ତି। ତେବେ ପ୍ରଶ୍ନ ଉଠେ ରଥଯାତ୍ରା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଆମ୍ବୁଲାନ୍ସ କେମିତି ଯିବ? ଗତ ୪ ତାରିଖ ରଥଯାତ୍ରାରେ ତାହା ସମ୍ଭବ […]

ambulance

Subrat Kumar Nayak
  • Published: Monday, 08 July 2019
  • , Updated: 08 July 2019, 07:19 PM IST

ଭୁବନେଶ୍ୱର: ମାତ୍ର କିଛି ସେକେଣ୍ଡ ଡେରି ହେଲେ ଜୀବନ ଚାଲିଯିବାର ସମ୍ଭବନା ଥିବାରୁ ଆମ୍ବୁଲାନ୍ସ ପାଇଁ ପ୍ରତିଟି ସେକେଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତା’ଛଡ଼ା ହାତଗଣତି କିଛି ଯାନବାହାନକୁ ଏଡ଼ାଇ ଆମ୍ବୁଲାନ୍ସ ଟ୍ରାଫିକ୍‌ ପାର୍‌ ହେବା ହେବା କେତେ ଯେ କଷ୍ଟକର ହୋଇପଡ଼େ ସମସ୍ତେ ଜାଣନ୍ତି। ତେବେ ପ୍ରଶ୍ନ ଉଠେ ରଥଯାତ୍ରା ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଆମ୍ବୁଲାନ୍ସ କେମିତି ଯିବ? ଗତ ୪ ତାରିଖ ରଥଯାତ୍ରାରେ ତାହା ସମ୍ଭବ କରିପାରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଏବିଭିପି ଏବଂ ଅନ୍ୟ କିଛି ସଂଗଠନର ୧ ହଜାରରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କ ମାନବ ଶୃଙ୍ଖଳ ପରି ଅଭିନବ ଉଦ୍ୟମ।

ପୁରୀ ଏସ୍‌ପିଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ଅପ୍‌ଲୋଡ୍‌ ହେବାପରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ହଠାତ ଜନସମୁଦ୍ର ଭିତରେ ହାତ ଧରାଧରି ହୋଇ ମାନବଶୃଙ୍ଖଳ ପ୍ରସ୍ତୁତ ହେଉଛି। ବଡ଼ଦାଣ୍ଡର ଠିକ୍‌ ମଝିରେ ଆମ୍ବୁଲାନ୍ସ ଯିବା ଭଳି ଫାଙ୍କ ବା ରାସ୍ତା ସୃଷ୍ଟି ହୋଇଯାଉଛି।

https://twitter.com/SPPuri1/status/1147585977772195840?s=20
ଆମ୍ବୁଲାନ୍ସ ଯିବାପରେ ଏହି ସ୍ୱେଚ୍ଛାସେବୀମାନେ ପୁଣି ପରସ୍ପର ଆଡ଼କୁ ଆଗେଇ ଆସି ମିଶିଯାଉଛନ୍ତି। ମାନବିକତା ଏବଂ ଶୃଙ୍ଖଳାର ବାର୍ତ୍ତା ବହନ କରୁଥିବା ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁରୀ ଏସ୍‌ପିଙ୍କ ସୂଚନା ଅନୁଯାୟୀ ଏଥରର ରଥଯାତ୍ରାରେ ୧୦ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ୧୨୦୦ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ସେମାନେ ଏଥିପାଇଁ ଘଣ୍ଟା ଘଣ୍ଟା ଅଭ୍ୟାସ ମଧ୍ୟ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

Related story