ମୌଳିକ ସୁବିଧା ପ୍ରଦାନ ଦାବିରେ ଭୋଟ ବର୍ଜନ

ଭୁବନେଶ୍ୱର: ଗାଁରେ ବିକାଶ ମୂଳକ କାର୍ଯ୍ୟ ନ ହେବା ଓ ମୌଳିକ ସୁବିଧା ନ ମିଳିବା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ପୁରୁଣାପାଣି ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି। ଭୋଟ ଗ୍ରହଣ ପାଇଁ ୧୨ ନମ୍ବର ବୁଥ୍‌ରେ ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଥିଲେ ମଧ୍ୟ ଗାଁର କୌଣସି ଲୋକ ଭୋଟ ଦେବାକୁ ଆସି ନ ଥିଲେ। ଆଜି ସକାଳେ ସମସ୍ତେ ଏକତ୍ରିତ ହୋଇ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗାଁରେ କୌଣସି […]

rairangpur

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 04:15 PM IST

ଭୁବନେଶ୍ୱର: ଗାଁରେ ବିକାଶ ମୂଳକ କାର୍ଯ୍ୟ ନ ହେବା ଓ ମୌଳିକ ସୁବିଧା ନ ମିଳିବା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ପୁରୁଣାପାଣି ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି। ଭୋଟ ଗ୍ରହଣ ପାଇଁ ୧୨ ନମ୍ବର ବୁଥ୍‌ରେ ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଥିଲେ ମଧ୍ୟ ଗାଁର କୌଣସି ଲୋକ ଭୋଟ ଦେବାକୁ ଆସି ନ ଥିଲେ। ଆଜି ସକାଳେ ସମସ୍ତେ ଏକତ୍ରିତ ହୋଇ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗାଁରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ। ସାଧାରଣ ମୌଳିକ ସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ ହୋଇ ରହିଛନ୍ତି। ଏନେଇ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଲେ ମଧ୍ୟ କିଛି ଫଳ ମିଳିନାହିଁ।

Related story