ଓଡ଼ିଶାରେ ବିଜେପିର ଭୋଟ ହାରରେ ଆଖିଦୃଶିଆ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପୁଣିଥରେ ସରକାର ଗଢ଼ିବାକୁ ଯାଉଥିବାବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଗଲାଣି। କେନ୍ଦ୍ରରେ ବିଜେପି ଗତଥର ତୁଳନାରେ ଏଥର ଭଲ ପ୍ରଦର୍ଶନ କରିଥିବାବେଳେ ଓଡ଼ିଶାରେ ମଧ୍ୟ ଦଳର ଭୋଟ ହାରରେ ଆଖିଦୃଶିଆ ବୃଦ୍ଧି ପାଇଛି। ଯଦିଓ ବିଜେପି ବିଧାନସଭାରେ ପାଇଥିବା ଭୋଟ ହାର ଅନୁପାତ ଆସନ ହାସଲ କରିପାରିନି ତଥାପି ଲୋକସଭାରେ ଦଳକୁ ଉତ୍ସାହଜନକ ସଫଳତା ମିଳିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁସାରେ […]

bjp-logo

Manoranjan Sial
  • Published: Thursday, 23 May 2019
  • , Updated: 23 May 2019, 11:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପୁଣିଥରେ ସରକାର ଗଢ଼ିବାକୁ ଯାଉଥିବାବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଗଲାଣି। କେନ୍ଦ୍ରରେ ବିଜେପି ଗତଥର ତୁଳନାରେ ଏଥର ଭଲ ପ୍ରଦର୍ଶନ କରିଥିବାବେଳେ ଓଡ଼ିଶାରେ ମଧ୍ୟ ଦଳର ଭୋଟ ହାରରେ ଆଖିଦୃଶିଆ ବୃଦ୍ଧି ପାଇଛି। ଯଦିଓ ବିଜେପି ବିଧାନସଭାରେ ପାଇଥିବା ଭୋଟ ହାର ଅନୁପାତ ଆସନ ହାସଲ କରିପାରିନି ତଥାପି ଲୋକସଭାରେ ଦଳକୁ ଉତ୍ସାହଜନକ ସଫଳତା ମିଳିଛି।

ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁସାରେ ବିଧାନସଭା ନିର୍ବାଚନରେ ବିଜେଡିକୁ ୧୧୨ଟି ଆସନ, ବିଜେପିକୁ ୨୩ଟି ଓ କଂଗ୍ରେସକୁ ୯ଟି ଆସନରେ ସଫଳତା ମିଳିବାର ସମ୍ଭାବନା ଥିବାବେଳେ ଏସବୁ ଦଳର ଭୋଟ ହାର ଯଥାକ୍ରମେ ୪୪.୨%, ୩୨.୫% ଓ ୧୫.୯% ରହିଛି।

ସେହିପରି ଲୋକସଭା ନିର୍ବାଚନର ଟ୍ରେଣ୍ଡ ଅନୁସାରେ ବିଜେଡିକୁ ୧୨ଟି , ବିଜେପି ୮ଟି ଓ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହେବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ଚଳିତ ଲୋକସଭା ନିର୍ବାଚନରେ ବିଜେଡିର ୪୨.୭% , ବିଜେପିର ୩୮.୫% ଓ କଂଗ୍ରେସର ୧୩.୬% ଭୋଟ ହାର ରହିଛି।

ଅପରପକ୍ଷରେ ବିଜେଡି ୨୦୧୪ ନିର୍ବାଚନରେ ବିଧାନସଭାରେ ଯଦିଓ ୧୧୭ଟି ଆସନ ସହ ୪୩.୯% ଭୋଟ ପାଇଥିଲା କିନ୍ତୁ ଏଥର ତା’ ତୁଳନାରେ କମ୍ ସିଟ୍ ପାଇବାର ଆଶଙ୍କା ମଧ୍ୟରେ ଦଳର ଭୋଟ ହାର ବୃଦ୍ଧି ପାଇଛି। ଲୋକସଭାରେ ଦଳ ଗତଥର ୨୦ଟି ସିଟ୍ ପାଇଥିବାବେଳେ ଦଳ ସପକ୍ଷରେ ୪୪.୮% ଭୋଟ୍ ପଡ଼ିଥିଲା। ମାତ୍ର ଏଥର ଦଳର ଭୋଟହାର ୪୨.୭% ରହିବ ବୋଲି ଆକଳନ କରାଯାଇଛି।

ସେହିପରି ବିଜେପି ବିଧାନସଭାରେ ଗତଥର ୧୦ଟି ଆସନ ପାଇଥିବାବେଳେ ଦଳର ଭୋଟହାର ୧୮.୨% ଥିଲା। କିନ୍ତୁ ଏଥର ଦଳକୁ ୨୨ଟି ଆସନ ମିଳିବାର ସମ୍ଭାବନା ମଧ୍ୟରେ ଦଳର ଭୋଟ ହାର ୩୨.୫% ହେବ ବୋଲି ଆକଳନ କରାଯାଇଛି। ସେହିପରି ଲୋକସଭାରେ ବିଜେପିକୁ ଗତଥର ଗୋଟିଏ ସିଟ୍ ମିଳିଥିବାବେଳେ ଏଥର ୮ଟିରେ ବିଜୟୀ ହେବାର ସମ୍ଭାବନା ରହିଛି। ଦଳକୁ ଗତଥର ଲୋକସଭା ନିର୍ବାଚନରେ ୨୧.୯% ମିଳିଥିବାବେଳେ ଏଥର ୩୮.୫% ଭୋଟ ମିଳିବ ବୋଲି ଆକଳନ କରାଯାଇଛି। କଂଗ୍ରେସକୁ ଗତଥର ୨୬.୪% ଭୋଟ ମିଳିଥିବାବେଳେ ଏଥର ତାହା ୧୩.୬%କୁ ଖସିବ ବୋଲି ସୂଚନା ରହିଛି।

Related story