ଭୋଟର୍‌ ଭାଙ୍ଗିଲେ ଇଭିଏମ୍‌

ଯାଜପୁର/ଭଦ୍ରକ (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ସ୍ଥାନରେ ଇଭିଏମ୍ ଭଙ୍ଗା ଯାଇଥିବା ନେଇ ସୂଚନା ଆସିଛି। ଯାଜପୁର ଜିଲ୍ଲା ଧର୍ମଶାଳାର ୧୭୩ ନମ୍ବର ବୁଥ୍‌ରେ ଜଣେ ଭୋଟର ଇଭିଏମ୍‌ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ସେ କାହିଁକି ଇଭିଏମ୍‌ ଭାଙ୍ଗିଲେ, ତାହା ଜଣାପଡ଼ିନି। ତାଙ୍କୁ ପୁଲିସ୍ ଧରି ନଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। […]

evm1

evm1

Jitendra Garnayak
  • Published: Monday, 29 April 2019
  • Updated: 29 April 2019, 02:50 PM IST

Sports

Latest News

ଯାଜପୁର/ଭଦ୍ରକ (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ସ୍ଥାନରେ ଇଭିଏମ୍ ଭଙ୍ଗା ଯାଇଥିବା ନେଇ ସୂଚନା ଆସିଛି।

ଯାଜପୁର ଜିଲ୍ଲା ଧର୍ମଶାଳାର ୧୭୩ ନମ୍ବର ବୁଥ୍‌ରେ ଜଣେ ଭୋଟର ଇଭିଏମ୍‌ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ସେ କାହିଁକି ଇଭିଏମ୍‌ ଭାଙ୍ଗିଲେ, ତାହା ଜଣାପଡ଼ିନି। ତାଙ୍କୁ ପୁଲିସ୍ ଧରି ନଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେଡି କର୍ମୀମାନେ ବୁଥ୍‌ ଆଗରେ ଧାରଣା ବି ଦେଇଥିଲେ। ମୋକ୍‌ ପୋଲ୍ ପରେ ପରେ ହିଁ ଉକ୍ତ ଭୋଟର ଜଣଙ୍କ ଇଭିଏମ୍ ଭାଙ୍ଗି ଦେଇଥିଲେ। ନୂଆ ଇଭିଏମ୍ ଆସିବା ପରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଏଠାରେ ମତଦାନ ଆରମ୍ଭ ହୋଇଥିଲା।

ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରହଣିଆ ପଞ୍ଚାୟତର ୨୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଯାଇଥିବା ସୂଚନା ମିଳିଛି। ତେବେ ଏଠାରେ କେଉଁ ପରିସ୍ଥିତିରେ କିଏ ଇଭିଏମ୍ ଭାଙ୍ଗିଲେ, ତାହା ସ୍ପଷ୍ଟ ହୋଇନି।

ଅନ୍ୟପକ୍ଷରେ ଆଜି ବହୁ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। କିଛି ସ୍ଥାନରେ ଇଭିଏମ୍‌ ଓ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଭୋଟ୍ ଗ୍ରହଣ ବିଳମ୍ବିତ ହୋଇଥିଲା।

ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos