୩ ଘଣ୍ଟା ବିଳମ୍ୱରେ ହେଲା ମତଦାନ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ୧୧୮ ନଂ ବୁଥ୍‌ରେ ପ୍ରାୟ ତିନି ଘଣ୍ଟା ବିଳମ୍ୱରେ ମତଦାନ ହୋଇଥିଲା। ଆଜି ସକାଳେ ସମସ୍ତ ଦଳର ଏଜେଣ୍ଟମାନଙ୍କୁ  ନେଇ  ହୋଇଥିବା ମକ୍‌ ପୋଲବେଳେ ଯେଉଁ ବଟମ୍‌ ଦବା ଯାଇଥିଲା ଶଙ୍ଖକୁ ଭୋଟ୍‌ ଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁଲୋକମାନେ ଭୋଟ୍‌ ଗ୍ରହଣ ବନ୍ଦ କରିଥିଲେ। ଇଭିଏମ୍‌ ପରିବର୍ତ୍ତନ ନକରାଗଲେ ମତଦାନ କରିବୁ ନାହିଁ ବୋଲି ଭୋଟରମାନେ ଦାବି କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ […]

sonpur

Jyoshna Pradhan
  • Published: Thursday, 18 April 2019
  • , Updated: 18 April 2019, 11:32 AM IST

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ୧୧୮ ନଂ ବୁଥ୍‌ରେ ପ୍ରାୟ ତିନି ଘଣ୍ଟା ବିଳମ୍ୱରେ ମତଦାନ ହୋଇଥିଲା। ଆଜି ସକାଳେ ସମସ୍ତ ଦଳର ଏଜେଣ୍ଟମାନଙ୍କୁ  ନେଇ  ହୋଇଥିବା ମକ୍‌ ପୋଲବେଳେ ଯେଉଁ ବଟମ୍‌ ଦବା ଯାଇଥିଲା ଶଙ୍ଖକୁ ଭୋଟ୍‌ ଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁଲୋକମାନେ ଭୋଟ୍‌ ଗ୍ରହଣ ବନ୍ଦ କରିଥିଲେ।

ଇଭିଏମ୍‌ ପରିବର୍ତ୍ତନ ନକରାଗଲେ ମତଦାନ କରିବୁ ନାହିଁ ବୋଲି ଭୋଟରମାନେ ଦାବି କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ୍‌ ପରିବର୍ତ୍ତନ କରାଯାଇଥିଲା।

Related story