ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ମାର୍କେଟ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭିଏସ୍ଏସ୍ ନଗର ମାର୍କେଟ ସିଲ୍‌। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ପାଇଁ ବନ୍ଦ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭିଏସ୍ଏସ୍ ନଗର ମାର୍କେଟ ବନ୍ଦ ରହିବ। ଜୁଲାଇ ମାସ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର କିଛି ମାତ୍ରାରେ ଢ଼ିଲା ଦେଇଛନ୍ତି। ଏହାର ସୁଯୋଗ ନେଇ ଲୋକମାନେ ବେଫିକର ହୋଇଯାଇଛନ୍ତି। କୋଭିଡ୍‌ ଗାଇଡଲାଇନକୁ ଉଲ୍ଲଂଘନ ମନଇଚ୍ଛ ମାର୍କେଟରେ ବୁଲୁଛନ୍ତି। ଏପରିକି ଅଜଥାରେ ଗହଳି କରୁଛନ୍ତି। ଦୋକାନୀମାନେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ଦୋକାନ […]

Vss Nager

Vss Nager

Manoranjan Sial
  • Published: Friday, 02 July 2021
  • Updated: 02 July 2021, 07:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭିଏସ୍ଏସ୍ ନଗର ମାର୍କେଟ ସିଲ୍‌। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ପାଇଁ ବନ୍ଦ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭିଏସ୍ଏସ୍ ନଗର ମାର୍କେଟ ବନ୍ଦ ରହିବ।

ଜୁଲାଇ ମାସ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର କିଛି ମାତ୍ରାରେ ଢ଼ିଲା ଦେଇଛନ୍ତି। ଏହାର ସୁଯୋଗ ନେଇ ଲୋକମାନେ ବେଫିକର ହୋଇଯାଇଛନ୍ତି। କୋଭିଡ୍‌ ଗାଇଡଲାଇନକୁ ଉଲ୍ଲଂଘନ ମନଇଚ୍ଛ ମାର୍କେଟରେ ବୁଲୁଛନ୍ତି। ଏପରିକି ଅଜଥାରେ ଗହଳି କରୁଛନ୍ତି। ଦୋକାନୀମାନେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ଦୋକାନ ଭିତରେ ଗହଳି କରିବାକୁ ଦେଉଛନ୍ତି। ଯେଉଁଥିପାଇଁ ବିଏମ୍‌ସି ସ୍କ୍ୱାର୍ଡ଼ ଚଢ଼ଉ କରି ସିଲ୍‌ କରିବା ସହିତ ଜରିମାନା କରୁଛି।

ଗତ ୨୮ ତାରିଖରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରିଥିଲା ବିଏମ୍‌ସି। ଏଥିସହ ଦୋକାନ ମାଲିକଙ୍କଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଥିଲା। ସେହିପରି ଦୋକାନ ଭିତରେ ଥିବା ପ୍ରତି ଗ୍ରାହକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଫାଇନ୍‌ ଆଦାୟ କରିଥିଲା। ଉକ୍ତ ଦୋକାନରେ ଥିବା ଗ୍ରାହକଙ୍କଠାରୁ ମୋଟ୍‌ ୨୫ ହଜାର ଫାଇନ ଆଦାୟ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos