ସପ୍ତାହାନ୍ତ ଶଟ୍‌ଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା

ପୁରୀ(ଓଡ଼ିଶା ରିପୋର୍ଟର): ଅଗଷ୍ଟ ପରେ ସେପ୍ଟେମ୍ୱର ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ବହୁ କୋହଳ କରିଛନ୍ତି। ସପ୍ତାହିକ ଶଟ୍‌ଡାଉନକୁ ଉଠାଇ ଦେଇଥିବା ବେଳେ କେବଳ ନାଇଟ୍‌ କର୍ଫ୍ୟୁ ରଖିଛନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏନେଇ ଆସନ୍ତା ସପ୍ତାହରେ ବସିବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ। ଶନିବାର ଓ ରବିବାର ଦର୍ଶନ ଅନୁମତି ମିଳିବ କି ନାହିଁ ମିଟିଂରେ ନିଷ୍ପତ୍ତି ନିଆଯିବ। ସପ୍ତାହାନ୍ତ ଶଟ୍‌ଡାଉନ ପାଇଁ […]

puri

Manoranjan Sial
  • Published: Wednesday, 01 September 2021
  • , Updated: 01 September 2021, 07:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଅଗଷ୍ଟ ପରେ ସେପ୍ଟେମ୍ୱର ମାସର ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ବହୁ କୋହଳ କରିଛନ୍ତି। ସପ୍ତାହିକ ଶଟ୍‌ଡାଉନକୁ ଉଠାଇ ଦେଇଥିବା ବେଳେ କେବଳ ନାଇଟ୍‌ କର୍ଫ୍ୟୁ ରଖିଛନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ ଉଠିବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏନେଇ ଆସନ୍ତା ସପ୍ତାହରେ ବସିବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ।

ଶନିବାର ଓ ରବିବାର ଦର୍ଶନ ଅନୁମତି ମିଳିବ କି ନାହିଁ ମିଟିଂରେ ନିଷ୍ପତ୍ତି ନିଆଯିବ। ସପ୍ତାହାନ୍ତ ଶଟ୍‌ଡାଉନ ପାଇଁ ଶନି ଓ ରବି ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି। ସେପ୍ଟେମ୍ୱର ଶେଷ ଯାଏ ଶନି ଓ ରବି ଦର୍ଶନ ବନ୍ଦ ରଖିବାକୁ ଘୋଷଣା ହୋଇଥିଲା। ସରକାର ଶର୍ଟଡାଉନ୍‌ ହଟାଇବା ପରେ ଶ୍ରୀମନ୍ଦିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ତେବେ ଗଣେଶ ପୂଜା ଦିନ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ପୂର୍ବ ଘୋଷଣା ଅନୁସାରେ ୧୦ରେ ଦର୍ଶନ ମନା ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି।

ଆଜିଠାରୁ ଲାଗୁ ହୋଇଛି ସେପ୍ଟେମ୍ୱର ମାସ ଗାଇଡ୍‌ଲାଇନ୍‌। ସପ୍ତାହାନ୍ତ ଶଟ୍‌ଡାଉନକୁ ଉଠାଇ ଦେଇଛନ୍ତି। ନାଇଟ୍‌ କର୍ଫ୍ୟୁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ସିନେମା ହଲ୍ ଓ ମଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ସିନେମା ହଲ୍‌ ଫୁଲ୍‌ କାପାସିଟିରେ ଚାଲି ପାରିବ। ଏଥିପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ହଲ୍‌ ଓ ମଲ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ଆବଶ୍ୟକତା ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶା ଯାଇଛି।

ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଉପରେ ଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି। ଏସବୁ କାର୍ଯ୍ୟରେ ଏବେ ୨୫୦ ଜଣ ସାମିଲ ହୋଇପାରିବେ। ତେବେ ପ୍ରୋସେସନରେ ବାଜା, ଲାଇଟ୍,ସାଉଣ୍ଡ ଓ ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଯାଇପାରିବେ। ଏଥିପାଇଁ ଅଧିକୃତ ଅଧୀକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ମ୍ୟୁଜିୟମ ଓ ପାଠାଗାର କୋଭିଡ଼ ନିୟମ ମାନି ଖୋଲିବାକୁ ଅନୁମତି ଦିଆଯାଇଛି।

Related story