‘କୋଭିଡ୍‌ ନିୟମ ଭାଙ୍ଗିଲେ ଧରୁଛି ୱାର୍ଡ ଓ ସାହି କମିଟି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ କେହି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଭାଙ୍ଗିଲେ ଧରୁଛି ସାହି କମିଟି। ଏଥିପାଇଁ ୫୯ ୱାର୍ଡରେ ୱାର୍ଡ କମିଟି ଓ ସାହି କମିଟି ଗଠନ କରାଯାଇଛି। କେହି ହୋମ୍‌ କ୍ୱାରେଣ୍ଟାଇନ ଭାଙ୍ଗିଲେ ଖବର ଦେଉଛି ସାହି କମିଟି। ଏନେଇ ସୂଚନା ଦେଇଛନ୍ତି କଟକ କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଓ ସିଏମ୍‌ସି କମିଶନର ଅନନ୍ୟା ଦାସ। କରୋନା ମୁକାବିଲା ଗଠନ କରାଯାଇଥିବା ପ୍ରତି କମିଟିରେ ସାହି କମିଟି, ପୂଜା କମିଟି ଓ […]

ananya-das

Manoranjan Sial
  • Published: Saturday, 27 June 2020
  • , Updated: 27 June 2020, 05:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ କେହି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଭାଙ୍ଗିଲେ ଧରୁଛି ସାହି କମିଟି। ଏଥିପାଇଁ ୫୯ ୱାର୍ଡରେ ୱାର୍ଡ କମିଟି ଓ ସାହି କମିଟି ଗଠନ କରାଯାଇଛି। କେହି ହୋମ୍‌ କ୍ୱାରେଣ୍ଟାଇନ ଭାଙ୍ଗିଲେ ଖବର ଦେଉଛି ସାହି କମିଟି। ଏନେଇ ସୂଚନା ଦେଇଛନ୍ତି କଟକ କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଓ ସିଏମ୍‌ସି କମିଶନର ଅନନ୍ୟା ଦାସ।

କରୋନା ମୁକାବିଲା ଗଠନ କରାଯାଇଥିବା ପ୍ରତି କମିଟିରେ ସାହି କମିଟି, ପୂଜା କମିଟି ଓ ଆଶା କର୍ମୀ ରହିଛନ୍ତି। ସାହିକୁ ଆସୁଥିବା ସବୁ ଲୋକଙ୍କ ଉପରେ ନିଘା ରଖୁଛି ସାହି କମିଟି। ଏଥିସହ ସହର ୧୦ ହଜାର ବରିଷ୍ଠ ନାଗରିକଙ୍କୁ କାର୍ଡ ଦେଇଛି ପୁଲିସ। ଅତ୍ୟାବଶ୍ୟକ ଜିନିଷର ହୋମ୍‌ ଡେଲିଭରି ପାଇଁ କାର୍ଡରେ ବ୍ୟବସ୍ଥା ଅଛି। ଏଯାବତ ୫୧୦୧ ଲୋକ ବାହାରୁ କଟକ ସହରକୁ ଆସିଛନ୍ତି। ୩୮୯୨ ହୋମ୍‌ କ୍ୱାରେଣ୍ଟାଇନ ଓ ୯୪୯ ସରକାରୀ କ୍ୱାରେଣ୍ଟାଇନରେ ଅଛନ୍ତି। ୨୬୦ ପ୍ରବାସୀ ପେଡ୍‌ କ୍ୱାରେଣ୍ଟାଇନରେ ରହିଥିବା କହିଛନ୍ତି କମିଶନର ଶ୍ରୀମତୀ ଦାସ।

ଆଜି ପର୍ଯ୍ୟନ୍ତ କଟକ ସହରରେ ମୋଟ ୩୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ରୁ ୨୧ ସୁସ୍ଥ, ୧୧ ଆକ୍ଟିଭ କେସ୍ ଓ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଲୋକାଲ କଣ୍ଟା କେସ୍‌ ଚିହ୍ନଟ ରହିଛି।

Related story