ରାଜ୍ୟରେ ଚାଲିଛି କ୍ୟୁ ନେଟ୍‌ ଠକେଇ, ମାନିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ବି ଚାଲିଛି କ୍ୟୁ ନେଟ୍ ଠକେଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏ ସମ୍ପର୍କରେ ଆଡଭାଇଜରି ଜାରି କରିବାକୁ ପୁଲିସ୍‌ ମୁଖ୍ୟାଳୟକୁ ଚିଠି ଲେଖିଛି । ରାଜ୍ୟରେ କ୍ୟୁ ନେଟ୍ ଠକେଇ ଏବେ ବି ଚାଲିଥିବା ଚିଠିରେ ମାନିଛି ଇଓଡବ୍ଲ୍ୟୁ। କ୍ୟୁ ନେଟ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜିକରଣ ସ୍କିମ୍‌ ଚଳାଇ ସାଧାରଣ ଲୋକଙ୍କୁ ଠକୁଥିବା ଇଓଡବ୍ଲୁ ଚିଠିରେ ଉଲ୍ଲେଖ କରିଛି। ତେଣୁ ଏନେଇ ଲୋକଙ୍କୁ ସଚେତନ ପାଇଁ ଆଡଭାଇଜରି ଜାରି […]

qnet-1

Niharika Rout
  • Published: Thursday, 13 February 2020
  • , Updated: 13 February 2020, 11:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ବି ଚାଲିଛି କ୍ୟୁ ନେଟ୍ ଠକେଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏ ସମ୍ପର୍କରେ ଆଡଭାଇଜରି ଜାରି କରିବାକୁ ପୁଲିସ୍‌ ମୁଖ୍ୟାଳୟକୁ ଚିଠି ଲେଖିଛି । ରାଜ୍ୟରେ କ୍ୟୁ ନେଟ୍ ଠକେଇ ଏବେ ବି ଚାଲିଥିବା ଚିଠିରେ ମାନିଛି ଇଓଡବ୍ଲ୍ୟୁ। କ୍ୟୁ ନେଟ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜିକରଣ ସ୍କିମ୍‌ ଚଳାଇ ସାଧାରଣ ଲୋକଙ୍କୁ ଠକୁଥିବା ଇଓଡବ୍ଲୁ ଚିଠିରେ ଉଲ୍ଲେଖ କରିଛି। ତେଣୁ ଏନେଇ ଲୋକଙ୍କୁ ସଚେତନ ପାଇଁ ଆଡଭାଇଜରି ଜାରି କରିବାକୁ ପୁଲିସ୍‌ ମୁଖ୍ୟାଳୟକୁ ଚିଠି ଲେଖିଛି ଇଓଡବ୍ଲୁ ।

ହଂକଂ ବେସ୍‌ଡ୍ କ୍ୟୁ-ନେଟ୍ ଗ୍ରୁପ୍‌ର ଏକ ଅଂଶୀଦାର ସଂସ୍ଥା ମେମର୍ସ ବିହାନ ଡାଇରେ ସେଲିଂ ପ୍ରାଇଭେଟ୍ ଲିମିଟେଡ୍ ରାଜ୍ୟରେ ବିଭିନ୍ନ ସ୍କିମ ଚଳାଇ ବେଆଇନ୍ ଟଙ୍କା ନେଣଦେଣ କରୁଛି।   ବିଭିନ୍ନ ପ୍ରଲୋଭନ ଦେଖାଇ ଏହି ସଂସ୍ଥା ଲୋକଙ୍କଠାରୁ ଟଙ୍କା ଆଣୁଛି । ଏ ନେଇ ପୂର୍ବରୁ ଏକ ଅନୁସନ୍ଧାନ ମୂଳକ ଖବର ଓଟିଭିରେ ପ୍ରସାରଣ ହୋଇଥିଲା । ତେବେ ଖବର ପ୍ରସାରଣ ପରେ ପୁଲିସ୍‌ ଘଟଣାର ଖୋଳତାଡ଼ କରିଥିଲା।

କ୍ୟୁ ନେଟ କେମିତି ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ସେ ନେଇ ପଦକ୍ଷେପ ନେବା ବଦଳରେ ପୁଲିସ୍‌ ଏବେ କେବଳ ଆଡଭାଇଜରି ଜାରି କରିବାକୁ ପଦକ୍ଷେପ ନେଇ ହାତ ଝାଡ଼ିଦେବାକୁ ଉଦ୍ୟମ କରିଛି । ପୁଲିସ୍‌ର ସମସ୍ତ ସୋଶାଲ୍‌ ମିଡିଆ ପ୍ଲାଟଫର୍ମରେ ଏନେଇ ଆଡଭାଇଡଜରି ଜାରି କରିବାକୁ ଇଓଡବ୍ଲୁ IG ଚିଠି ଲେଖିଛନ୍ତି।

Related story