ବଦଳିବ ରାଉରକେଲାର ଚିତ୍ର

ରାଉରକେଲା(ପୱନ ତିୱାରୀ) ସ୍ୱଚ୍ଛ ହେବ ରାଉରକେଲା। ବଦଳିବ ରାଉରକେଲାର ଚିତ୍ର। ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୮୩ଟି ନୂତନ ଯାନ ବ୍ୟବହାର କରାଯିବ। ସେଥିରୁ  ଅଧିକାଂଶ ଯାନ ତଥା ଉପକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗ ଯୋଗାଇଛି।  ଅନ୍ୟ ଯାନ ତଥା ଉପକରଣ ଗୁଡ଼ିକ ନିଗମ ନିଜସ୍ୱ ଖର୍ଚ୍ଚରେ ବ୍ୟବସ୍ଥା କରିଛି। ଏସବୁ ଯାନର ପରିଚାଳନା ଏବଂ ଅନ୍ୟାନ୍ୟ ଖର୍ଚ୍ଚ […]

908

Tapas Behera
  • Published: Thursday, 26 November 2020
  • , Updated: 26 November 2020, 05:34 PM IST

ରାଉରକେଲା(ପୱନ ତିୱାରୀ) ସ୍ୱଚ୍ଛ ହେବ ରାଉରକେଲା। ବଦଳିବ ରାଉରକେଲାର ଚିତ୍ର। ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୮୩ଟି ନୂତନ ଯାନ ବ୍ୟବହାର କରାଯିବ। ସେଥିରୁ  ଅଧିକାଂଶ ଯାନ ତଥା ଉପକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗ ଯୋଗାଇଛି।  ଅନ୍ୟ ଯାନ ତଥା ଉପକରଣ ଗୁଡ଼ିକ ନିଗମ ନିଜସ୍ୱ ଖର୍ଚ୍ଚରେ ବ୍ୟବସ୍ଥା କରିଛି। ଏସବୁ ଯାନର ପରିଚାଳନା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବି ନିଗମ ହିଁ ବହନ କରିବ ବୋଲି ଜଣାପଡ଼ିଛି।

ଏହି ନୂତନ ଯାନ ଗୁଡିକ ମଧ୍ୟରେ ହୁପର ଟିପର ଡମ୍ଫର୍, ହାଇଡ୍ରୋଲିକ ବ୍ୟବସ୍ଥା ଯୁକ୍ତ ବ୍ୟାଟେରୀ ଚାଳିତ ଯାନ, ଗାର୍ବେଜ୍ ବିନ୍ ଉଠାଇବା ଲାଗି ମିନି ଟିପ୍ପର୍, ଟ୍ରଲି ଯୁକ୍ତ ଟ୍ରାକ୍ଟର ଆଦି ରହିଛି। ସେହିପରି ଅତ୍ୟାଧୁନିକ ଉପକରଣ ମଧ୍ୟରେ ପାର୍କ ମଧ୍ୟରେ ଅଳିଆ ଉଠାଇବା ଲାଗି ଭାକ୍ୟୁମ୍ ଲିଟର ପିକର୍, ପେଟ୍ରୋଲ ଚେନ୍ସ, ବ୍ୟାକ୍ ପ୍ୟାକ୍ ଲିଫ୍ ବ୍ଲୋର୍, ଘାସ କଟା ଯନ୍ତ୍ର, ସକ୍ସନ୍ ଏବଂ ଜେଟିଂ ମେସିନ୍ ଇତ୍ୟାଦି ରହିଛି ।  ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରୁ ପ୍ରତିଦିନ ପ୍ରାୟ ୧୦୨ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି।  ମହାନଗର ନିଗମର ସଫେଇ କର୍ମଚାରୀ ମାନେ ପ୍ରତିଟି ଘରୁ ଟ୍ରାଇ ସାଇକେଲ ଯୋଗେ ପୃଥକୀକୃତ ଆବର୍ଜନା ସଂଗ୍ରହ କରୁଛନ୍ତି।

ଏଥିସହିତ ଅନ୍ୟାନ୍ୟ ଅଞ୍ଚଳ ପାଇଁ ହ୍ୱିଲ୍ ବାରୋ ଆଦିର ବ୍ୟବହାର କରାଯାଉଛି, ଯାହାକି ସଂପୂର୍ଣ୍ଣ ଭାବେ ମାନୁଆଲ ପଦ୍ଧତିରେ କରାଯାଉଛି। ତେବେ ପରିମଳ ବ୍ୟବସ୍ଥାର ସୁପରିଚାଳନା କରିବା ତଥା ଏହାର ସୁଦୃଢ଼ିକରଣ ନିମନ୍ତେ ନିଗମ ଅଧିକ ଯନ୍ତ୍ରପାତି ତଥା ଯାନବାହାନର ଆବଶ୍ୟକତାକୁ ଅନୁଭବ କରି ତଦନୁଯାୟୀ ଯୋଜନା ପ୍ରସ୍ତୁତ କରିଥିଲା।  ଏହାର ଲକ୍ଷ ଥିଲା ସମୟ ସଞ୍ଚୟ କରିବା ଓ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା କରିବା। ରାଉରକେଲା ମହାନଗର ନିଗମ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ଼ଙ୍କ ମିଳିତ ପ୍ରୟାସରେ ଏବେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ଓ ବୈଜ୍ଞାନିକ ପଦ୍ଧତିରେ ଏହାର ପ୍ରକ୍ରିୟାକରଣ ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।

Related story