ମାନସିକ ପୂରଣ ହେଲେ ଖାଇବାକୁ ପଡ଼େ ଚାବୁକ ମାଡ଼

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ମନୋସ୍କାମନା ପୂରଣ ନିମନ୍ତେ ବହୁ ଦେବାଦେବୀଙ୍କ ନିକଟରେ ମାନସିକ କରିଥାନ୍ତି ଶ୍ରଦ୍ଧାଳୁ। ହେଲେ ଏପରି ଏକ ପୀଠ ମାଲକାନଗିରି ଜିଲ୍ଲାରେ ଅଛି, ଯେଉଁଠି  ମାନସିକ ପୂରଣ ହେବା ପରେ ପୂଜକଙ୍କଠାରୁ ଖାଇବାକୁ ପଡ଼େ ଚାବୁକ ପାହାର ।  ଶରୀରକୁ କଷ୍ଟ ହେବା ସତ୍ତ୍ୱେ ମାନସିକଧାରୀ ଏହାର କୌଣସି ପ୍ରତିବାଦ କରିନଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଅଞ୍ଚଳର ମା’ ମାଉଲିଙ୍କ ଯାତ୍ରାରେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମା’ […]

malkangiri--1

Tapaswini Nayak
  • Published: Wednesday, 04 March 2020
  • , Updated: 04 March 2020, 12:46 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ମନୋସ୍କାମନା ପୂରଣ ନିମନ୍ତେ ବହୁ ଦେବାଦେବୀଙ୍କ ନିକଟରେ ମାନସିକ କରିଥାନ୍ତି ଶ୍ରଦ୍ଧାଳୁ। ହେଲେ ଏପରି ଏକ ପୀଠ ମାଲକାନଗିରି ଜିଲ୍ଲାରେ ଅଛି, ଯେଉଁଠି  ମାନସିକ ପୂରଣ ହେବା ପରେ ପୂଜକଙ୍କଠାରୁ ଖାଇବାକୁ ପଡ଼େ ଚାବୁକ ପାହାର ।  ଶରୀରକୁ କଷ୍ଟ ହେବା ସତ୍ତ୍ୱେ ମାନସିକଧାରୀ ଏହାର କୌଣସି ପ୍ରତିବାଦ କରିନଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଅଞ୍ଚଳର ମା’ ମାଉଲିଙ୍କ ଯାତ୍ରାରେ ।

ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମା’ ମାଉଲିଙ୍କ ନିକଟରେ ମାନସିକ ରଖିଥାନ୍ତି। ମାନସିକ ପୂରଣ ହେଲେ ସେମାନେ ମା’ଙ୍କ ମନ୍ଦିରକୁ ଆସି ଆର୍ଶୀବାଦ ନେଇଥାନ୍ତି। ଏହାସହ ପୂଜକଙ୍କଠାରୁ ଚାବୁକରେ ପାହାର ଖାଇଥାନ୍ତି। ମା’ଙ୍କ ପୂଜକ ମାନସିକଧାରୀର ହାତ, ଗୋଡ଼, ପିଠିକୁ ଚାବୁକରେ ପିଟିଥାନ୍ତି। ମାନସିକଧାରୀ ଏହାର କୌଣସି ପ୍ରତିବାଦ  ନ କରି ଚାବୁକ ପାହାର ଚାଲିଥାଏ। କାହିଁ କେଉଁ କାଳରୁ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହି ଆସିଛି।

କୋରକୋଣ୍ଡାରେ ଦୁଇବର୍ଷରେ ଥରେ ମା’ ମାଉଲିଙ୍କ ଯାତ୍ରା ହୋଇଥାଏ। ଏହି ଯାତ୍ରାରେ ମାନସିକଧାରୀମାନେ ମା’ଙ୍କ ନିକଟକୁ ଆସି ମା’ଙ୍କ ଆର୍ଶୀବାଦ ନେବା ସହ ପୂଜକଙ୍କଠାରୁ ଚାବୁକରେ ମାଡ଼ ଖାଇଥାନ୍ତି।

https://youtu.be/YnKBvgCPnnw

Related story