ଅସହ୍ୟ ହେଲାଣି ଜଳ କଷ୍ଟ

କେନ୍ଦ୍ରାପଡ଼ା/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ରାଜଗଡ଼ ପଞ୍ଚାୟତର ୩ଟି ଓ୍ୱାର୍ଡର ୬ ଶହରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ୩ଟି ନଳକୂଅ ଥିବା ବେଳେ ଦୁଇଟିରୁ ବାହାରୁଛି ଲୁଣି ପାଣି। ଫଳରେ ବାକି ଗୋଟିଏ ନଳକୂଅ ଆଗରେ ସକାଳୁ ସଞ୍ଜ ଯାଏଁ ଭିଡ଼ ଲାଗି ରହୁଛି।  ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତ ପକ୍ଷରୁ ପମ୍ପ ହାଉସ୍ ବ୍ୟବସ୍ଥା କରାଯାଇଛି। ମାତ୍ର ଏହା ଏବେ ଅକାମୀ । ଏ […]

hnb

Tapas Behera
  • Published: Saturday, 17 April 2021
  • , Updated: 17 April 2021, 05:04 PM IST

କେନ୍ଦ୍ରାପଡ଼ା/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ରାଜଗଡ଼ ପଞ୍ଚାୟତର ୩ଟି ଓ୍ୱାର୍ଡର ୬ ଶହରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ୩ଟି ନଳକୂଅ ଥିବା ବେଳେ ଦୁଇଟିରୁ ବାହାରୁଛି ଲୁଣି ପାଣି। ଫଳରେ ବାକି ଗୋଟିଏ ନଳକୂଅ ଆଗରେ ସକାଳୁ ସଞ୍ଜ ଯାଏଁ ଭିଡ଼ ଲାଗି ରହୁଛି।  ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତ ପକ୍ଷରୁ ପମ୍ପ ହାଉସ୍ ବ୍ୟବସ୍ଥା କରାଯାଇଛି। ମାତ୍ର ଏହା ଏବେ ଅକାମୀ । ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଲୁନି। ଅନ୍ୟପଟେ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଅଧିକାରୀ କହିଛନ୍ତି।

ସେହିପରି ଢେଙ୍କାନାଳ ଗୋବିନ୍ଦପୁର ପଞ୍ଚାୟତ ବାରବାଙ୍କ ହରିଜନ ସାହିରେ ସମାନ ସମସ୍ୟା। ଖରା ବଢ଼ିବା ପରେ ଗାଁରେ ଥିବା କୂଅ ପୋଖରୀ ସବୁ ଶୁଖି ଗଲାଣି । ନଳକୂଅ ବି ଅଚଳ ଅବସ୍ଥାରେ । ଫଳରେ ମାଇଲ ମାଇଲ ବାଟ ଚାଲିଚାଲି ଯାଇ ଗାଁଠୁ ଦୂରରେ ଥିବା ପୋଖରୀକୁ ପାଣି ଆଣୁଛନ୍ତି ଲୋକେ । ସମସ୍ୟା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏଯାଏଁ ପାନୀୟ ଜଳର କୌଣସି ବ୍ୟବସ୍ଥା ହୋଇପାରିନାହିଁ ।

Related story