ବଢ଼ୁଛି ସୁବର୍ଣ୍ଣରେଖା, କମୁଛି ବୁଢ଼ାବଳଙ୍ଗ

ଜଳେଶ୍ୱର(ଅଜିତ ଦାସ): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡରେ ବର୍ଷା ହେବା ଫଳରେ ନଦୀର ଉପର ମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମି  ଥିବା ବେଳେ ଏବେ ପ୍ରବାହିତ ହେଉଛି ୧୦.୯୦ ମି.। ଅପରପକ୍ଷେ, ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳକୁ ପ୍ରବାହିତ ହେଉଛି।  ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଏବେ ପ୍ରବାହିତ ହେଉଛି ୮ ମିଟର ବନ୍ୟା ଜଳ। ବାଲିଆପାଳଠାରୁ ବିଷ୍ଣୁପୁର ରାସ୍ତାରେ ୩ […]

jaleswar-1--1

Niharika Rout
  • Published: Friday, 28 August 2020
  • , Updated: 28 August 2020, 08:52 AM IST

ଜଳେଶ୍ୱର(ଅଜିତ ଦାସ): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା ନଦୀ। ଝାଡ଼ଖଣ୍ଡରେ ବର୍ଷା ହେବା ଫଳରେ ନଦୀର ଉପର ମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମି  ଥିବା ବେଳେ ଏବେ ପ୍ରବାହିତ ହେଉଛି ୧୦.୯୦ ମି.।

ଅପରପକ୍ଷେ, ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ତଳକୁ ପ୍ରବାହିତ ହେଉଛି।  ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଏବେ ପ୍ରବାହିତ ହେଉଛି ୮ ମିଟର ବନ୍ୟା ଜଳ।

ବାଲିଆପାଳଠାରୁ ବିଷ୍ଣୁପୁର ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହେଉଛି।  ବାଲିଆପାଳ ବ୍ଲକର ,ଅସ୍ତି,କୁଡ଼ମାନସିଂ, ମଧୁପୁରା, ବିଷ୍ଣୁପୁର, ଗୁଣାପୁର ଆଦି ତଳିଆ ଅଞ୍ଚଳରେ ପାଣି ଜମା ହେବାକୁ ବସିଲାଣି । ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ଭୁଖୀନ ହେଉଛନ୍ତି।

ଏହାବ୍ୟତୀତ ବାଲିଆପାଳ ବ୍ଲକର ୪ଟି ପଞ୍ଚାୟତର ୧୦ଟି ଗାଁ ପାଣିଘେରରେ ରହିଛି । ଜଳସ୍ତର କ୍ରମାଗତ ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ଗତ ରାତି ୯ଟାରୁ ବାଲିଆପାଳ  ତହସିଲଦାର ଅସ୍ତି ପଂଚାୟତ ସରପଞ୍ଚଙ୍କ ସା ହାଯ୍ୟରେ ନଦୀ କୂଳରେ ରହୁ ଥିବା ୨୫୦ ଲୋକଙ୍କୁ  ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନlନ୍ତରିତ କରାଯାଇଛି।

Related story