ପାଣି ପାଇଁ ଫୁଲବାଣୀରେ ରାସ୍ତାରୋକ

କନ୍ଧମାଳ: ଫୁଲବାଣୀ ସହରର ୯ ନମ୍ୱର ୱାର୍ଡର ବିଭିନ୍ନ ସାହିରେ ନିୟମିତ ପାଇପ୍‌ ପାଣି ଯୋଗାଣ ଓ ନଳକୂପ ସ୍ଥାପନ ଦାବିରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଗରା ବାଲଟି ଧରି ଲୋକେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ।  ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଘଟଣାସ୍ଥଳରେ ଫୁଲବାଣୀ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାଶ  ପହଞ୍ଚି ୧୦ ଦିନ ମଧ୍ୟରେ ନୂତନ ନଳକୂପ […]

phulbani

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 05:35 AM IST

କନ୍ଧମାଳ: ଫୁଲବାଣୀ ସହରର ୯ ନମ୍ୱର ୱାର୍ଡର ବିଭିନ୍ନ ସାହିରେ ନିୟମିତ ପାଇପ୍‌ ପାଣି ଯୋଗାଣ ଓ ନଳକୂପ ସ୍ଥାପନ ଦାବିରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଗରା ବାଲଟି ଧରି ଲୋକେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥକୁ ୩ ଘଣ୍ଟା ଧରି ଅବରୋଧ କରିଥିଲେ।  ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

ଘଟଣାସ୍ଥଳରେ ଫୁଲବାଣୀ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାଶ  ପହଞ୍ଚି ୧୦ ଦିନ ମଧ୍ୟରେ ନୂତନ ନଳକୂପ ଖୋଳାଯିବ ଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

 ୱାର୍ଡବାସୀ  ପାନୀୟ ଜଳ ଯୋଗାଣ ଦାବିରେ ପୂର୍ବରୁ ଅନେକ ଥର ପ୍ରଶାସନକୁ ଜଣାଇଥିଲେ। ତେବେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଲୋକେ ରାସ୍ତା ଅବରୋଧ କରିଥିଲେ।

Related story