ବିଜେଡିରେ ଅପରାଧୀକରଣ: ଭାଇରାଲ ହେଲା ମନ୍ତ୍ରୀଙ୍କ ଗ୍ୟାଙ୍ଗଷ୍ଟରଙ୍କୁ ସମ୍ବର୍ଦ୍ଧିନା ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା କୁଖ୍ୟାତ ଅପରାଧୀ ତାପସ ରଞ୍ଜନ ମଲ୍ଲିକ ଓରଫ ତପୁକୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ବର୍ଦ୍ଧିତ କରିବାର ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ରାଇମବ୍ରାଂଚର ଏସଟିଏଫର ସ୍କାନରରେ ଥିବା କୁଖ୍ୟାତ ଅପରାଧୀ ତାପସ ନାଁରେ ଏବେ ୧୭ଟିରୁ ଅଧିକ ମାମଲା ରହିଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କୁ ଶ୍ରେଷ୍ଠ ସମାଜସେବୀ ଆୱାର୍ଡରେ ପୁରସ୍କୃତ କରିବାପରେ ବିଜେଡି ଏବେ ଅପରାଧୀକରଣ ଆଡ଼କୁ ଅଗ୍ରସର ହେଉଥିବା […]

7jk

Tapas Behera
  • Published: Tuesday, 15 December 2020
  • , Updated: 15 December 2020, 07:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା କୁଖ୍ୟାତ ଅପରାଧୀ ତାପସ ରଞ୍ଜନ ମଲ୍ଲିକ ଓରଫ ତପୁକୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ବର୍ଦ୍ଧିତ କରିବାର ଫଟୋଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ରାଇମବ୍ରାଂଚର ଏସଟିଏଫର ସ୍କାନରରେ ଥିବା କୁଖ୍ୟାତ ଅପରାଧୀ ତାପସ ନାଁରେ ଏବେ ୧୭ଟିରୁ ଅଧିକ ମାମଲା ରହିଥିବାବେଳେ ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କୁ ଶ୍ରେଷ୍ଠ ସମାଜସେବୀ ଆୱାର୍ଡରେ ପୁରସ୍କୃତ କରିବାପରେ ବିଜେଡି ଏବେ ଅପରାଧୀକରଣ ଆଡ଼କୁ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେରାଜ୍ୟ ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଚଳିତମାସ ପ୍ରଥମ ସପ୍ତାହରେ କଟକ ଜିଲ୍ଲାର ଚୌଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତପୁକୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ତପୁ ଭଳି ଜଣେ କୁଖ୍ୟାତ ଅପରାଧୀକୁ ମନ୍ତ୍ରୀ ଶ୍ରୀ ଦାସ କିଭଳି ସମ୍ବର୍ଦ୍ଧିତ କଲେ ଓ ତପୁ ସହ ତାଙ୍କର କଣ ସମ୍ପର୍କ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଗତ କିଛିମାସ ପୂର୍ବରୁ ଟିଟୋ ଲିଙ୍କରେ ଏସଟିଏଫ ଟିମ୍ ତପୁର ଟାଙ୍ଗୀସ୍ଥିତ ଘରେ ଚଢ଼ଉ କରିବା ସହ ତାର ବ୍ୟବସାୟିକ ଗତିବିଧି ଉପରେ ନଜର ରଖିଥିଲା। ତେବେ ସେତେବେଳେ ତପୁ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଥିଲା। ତପୁ ନାଁରେ କେବଳ ଟାଙ୍ଗି ଥାନାରେ ୧୫ଟି କେସ୍ ରହିଥିବାବେଳେ ଟେଣ୍ଡର ଫିକ୍ସି ମାମଲାରେ ଭୁବନେଶ୍ୱରର ଉର୍ମି ହୋଟେଲ ଉପରକୁ ବୋମାମାଡ଼ ଓ କଟକର ବିଡ଼ାନାସୀ ଥାନାରେ ମଧ୍ୟ ମାମଲା ରହିଛି। ହତ୍ୟାଲୁଟରାହାଜାନିଦାଦାବଟି ଆଦାୟଟେଣ୍ଡର ଫିକ୍ସିବୋମାମାଡ଼ଚୋରା ଅସ୍ତ୍ରଶସ୍ତ୍ର କାରବାର ଆଦି ମାମଲାରେ ତପୁ ନାଁରେ ମୋଟ ୧୭ଟି କେସ୍ ରହିଛି। ୧୯୯୬ ମସିହା ଜୁନ୍ ମାସରେ ତପୁ ନାଁରେ ପ୍ରଥମ ମାମଲା ଚୌଦ୍ୱାରର ଟାଙ୍ଗୀ ଥାନାରେ ରୁଜୁ ହୋଇଥିବାବେଳେ ୨୦୧୮ ଓ ୨୦୧୯ ମସିହା ମଧ୍ୟରେ ମଧ୍ୟ ତପୁ ନାଁରେ ମାମଲା ଟାଙ୍ଗୀ ଥାନାରେ ରେକର୍ଡ ହୋଇଛି।

ତପୁର ଅପରାଧିକ ସାମ୍ରାଜ୍ୟ ଓ ଏସଟିଏଫ ସ୍କାନରରେ ସେ ରହିଥିବା ନେଇ ଗଣମାଧ୍ୟମରେ ଅନେକଥର ଖବର ପ୍ରକାଶିତ ହୋଇସାରିଛି। ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପ୍ରଚାରପ୍ରସାର ଦାୟିତ୍ୱ ସମ୍ଭାଳିଥିବା ବିଭାଗର ମନ୍ତ୍ରୀ ଶ୍ରୀ ଦାସ ପ୍ରକୃତରେ ତପୁର ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣି ନାହାନ୍ତି ନା ଜାଣିଶୁଣି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି। ତପୁର ଅପରାଧିକ ସାମ୍ରାଜ୍ୟ କଟକକେନ୍ଦ୍ରାପଡ଼ାଜଗତସିଂହପୁରଯାଜପୁର ଓ ଖୋର୍ଦ୍ଧାରେ ରହିଥିବାବେଳେ କ୍ରାଇମବ୍ରାଂଚ ଏବେ ଅପରାଧୀମାନଙ୍କୁ ସାବାଡ୍ କରିବାକୁ ନିଜର ଅଭିଯାନ ଜୋରଦାର କରିଛି। ଗତ କିଛିଦିନ ଧରି ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସ ନେଟୱର୍କ ଉପରେ ଚଢ଼ଉ ସହ ଗିରଫଦାରୀ ଜାରି ରହିଥିବାବେଳେ କୁଖ୍ୟାତ ଅପରାଧୀ ତପୁ ବିଜେଡି ନେତା ଓ ମନ୍ତ୍ରୀଙ୍କ ସୁରକ୍ଷାବଳୟ ମଧ୍ୟରେ ରହି ଅପରାଧିକ କାର୍ଯ୍ୟକ୍ରମ କରୁଥାଇପାରେ ବୋଲି ସନ୍ଦେହ ହେବା ସ୍ୱାଭାବିକ।

Related story